୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ପଡ଼ିଆ ଏସ୍ ଏସ୍ ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକ ଓ ପଡ଼ିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଯମୁନା ମୁଷାକୀ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଡ଼ିଆ ବିଇଓ ଅଶୋଭ ରଞ୍ଜନ ମାଳି, ଏଵିଓ ଶଙ୍କର ସତ୍ୟନାରାୟଣ, ଜିଲ୍ଲା ପରିଷଦ ସଭ୍ୟ।
ସୁରଭି ଭୈ।ମିକ, ପୂର୍ବତନ ସାଂସଦ ପ୍ରତିନିଧି ନାକା ନୁକାଲ ରାଜୁ, ପଡ଼ିଆ ସରପଞ୍ଚ ଗଙ୍ଗା କାରାମ, ଏସ୍ ଏସ୍ ଡି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ରା କଵାସୀ ପ୍ରମୁଖଙ୍କ ସହ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ନିଜ ନିଜର ବିଭିନ୍ନ କଳା ଓ ପ୍ରତିବା ପ୍ରଦର୍ଶନ କରିଥିଲେ । ଏଥିରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।















