୨୨ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ପୁରୁଣା ପାଟଣା ମଣ୍ଡଳ ଦଶରଥପୁରୁ ଗ୍ରାମରେ କାର୍ଯ୍ୟରତ ଥିବା ଶ୍ରୀକରଣ ସାହି ପାରଳାଖେମୁଣ୍ଡି ସ୍ଥlୟୀବାସିନ୍ଦା ତ୍ରିନାଥ ପଟ୍ଟନାୟକଙ୍କ ଅକାଳ ବିୟୋଗ ମାତ୍ର ୫୩ବର୍ଷ ବୟସରେ କିଡନି ସଂକ୍ରମିତ ରୋଗରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ସମୟକୁ ତାଙ୍କୁ ୫୩ବର୍ଷ ବୟସ ପଦାର୍ପଣ କରିଥିଲେ । ସେ ଜଣେ ଆନ୍ଧ୍ରର ଜଣେ ବରିଷ୍ଠ ଓଡ଼ିଆ ଶିକ୍ଷକ,ତଥା ଓଡ଼ିଆ ସାହିତ୍ୟ ସଂସ୍କୃତି ପରମ୍ପରାର ସାଧକ ଥିଲେ । ବିଛିନ୍ନl ଅଞ୍ଚଳରେ ଓଡ଼ିଆ ଭାଷାକୁ ଜନାଦୃତ କରି ଓଡ଼ିଆ ଶିକ୍ଷକ ସଂଘର ଆବାହକ ଥିଲେ ।
ତାଙ୍କର ଦେହାନ୍ତରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ (ଗଜପତି) ବିଚିତ୍ରାନନ୍ଦ ବେବର୍ତ୍ତା, ଆନ୍ଧ୍ର ପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘ,ସୋମନାଥ ପଟନାୟକ,ପ୍ରେମାନନ୍ଦ ପଟ୍ଟନାୟକ, ରବି ଚୌଧୁରୀ, ସୂର୍ଯ୍ୟନାରାୟଣପଟ୍ଟନାୟକ,ହରିଚରଣପଟନାୟକ,ବିଜୟପଟ୍ଟନାୟକ,ବୀରକିଶୋରପଟ୍ଟନାୟକ,ଶ୍ରୀମତୀଟିକିପଟ୍ଟନାୟକ (ଗୋପିଲି),ସନ୍ତୋଷ ପାତ୍ର, ରୋଷନ ପାତ୍ର,ଚନ୍ଦ୍ରଶେଖର ପଟନାୟକ,ପ୍ରଭୃତି ଘୋର ଶୋକ ପ୍ରକାଶ କରିଛନ୍ତି ।














