No Result
View All Result
୨୧ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ଶ୍ରୀ ଲୋକନାଥ ମନ୍ଦିରର ଉନ୍ନୟନ ପାଇଁ ୨୮ କୋଟିର ପ୍ରକଳ୍ପ କୁ ମଞୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।ଆଜି ଅପରାହ୍ନ ରେ ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ କୁ ଦେଖିବା ସହ ଲୋକନାଥ ମନ୍ଦିର ର ସେବାୟତ ମଧ୍ୟ ଦେଖିଥିଲେ । ଏହି ପ୍ରକଳ୍ପ ୧୨ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ସେବାୟତ ମାନଙ୍କ ସହ କଥା ହୋଇ ଥିଲେ । ମନ୍ଦିର ଉନ୍ନୟନ ପାଇଁ ପାଚେରୀ ବ୍ୟବସ୍ଥା, ରାସ୍ତା ପ୍ରଶସ୍ତି କରଣ,ପାର୍କିଂ ବ୍ୟବସ୍ଥା, ପାର୍ବତୀ ସାଗର ର ଉନ୍ନୟନ, ଜାଗର ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଦର୍ଶନ ସୁବିଧା, ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ ବ୍ୟବସ୍ଥା ଇତ୍ୟାଦି କରାଯାଇଥିବାରୁ ସେବାୟତ ମାନେ ଆନନ୍ଦ ପ୍ରକାଶ କରିଥିଲେ ।
ସେବାୟତ ମାନେ ମଧ ମୁଖ୍ୟମନ୍ତ୍ରୀ ଙ୍କୁ ମନ୍ଦିର ଦର୍ଶନ ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଆସିବେ ବୋଲି ସମ୍ମତି ଦେଇଥିବାରୁ ସେବାୟତ ମାନେ ଖୁସି ର ସହ ସ୍ୱାଗତ କରିଥିଲେ । ଏହି ଭିଡିଓ କନଫେରେନ୍ସ ରେ ମୁଖ୍ୟ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର,୫ ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଲୋକନାଥ ମନ୍ଦିର ର ବରିଷ୍ଠ ସେବାୟତ ତଥା ସଭାପତି ଶ୍ରୀ ରବିନାରାୟଣ ପଣ୍ଡା,ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ପଣ୍ଡା,ଶ୍ରୀ ଦାମୋଦର ମହାପାତ୍ର, ଶ୍ରୀ ଶଙ୍କର ପଣ୍ଡା, ଶ୍ରୀ ବୈଦ୍ୟନାଥ ମହାପାତ୍ର,ଶ୍ରୀ ପଦ୍ମନାଭ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result