୨୦ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଜଟଣୀ ସହରର ସମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଦୁଇଦିନ ଧରି ସ୍ଥାନୀୟ ଉତ୍ତରାୟଣୀ ଫୁଟବଲ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ସମ୍ଭାବନା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ରବିବାର ଉଦଯାପିତ ହୋଇଯାଇଛିl ଏହି ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ ମ୍ୟୁନିସିପାଲଟି ଏକାଦଶ,ଜଟଣୀ ମିଡିଆ ଆଇକନ ଏକାଦଶ, ଭେଟେରାନ୍ ଷ୍ଟଡ଼ କ୍ରିକେଟ ଆସୋସିଏସନ୍,ଜଟଣୀ ବାର୍ ଆସୋସିଏସନ୍ ଏକାଦଶ ଏବଂ ଆୟୋଜକ ସମ୍ଭାବନା ପରିବାର ଅଂଶ ଗ୍ରହଣ କରିଥିଲେl ସେମିଫାଇନାଲ ପର୍ଯ୍ୟନ୍ତ ୧୦ ଓଭର ବିଶିଷ୍ଟ ନକ୍ଆଉଟ୍ ଆଧାରରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହୋଇଥିଲା।
ସେମିଫାଇନାଲରେ ଜଟଣୀ ମ୍ୟୁନିସିପାଲଟି ଏକାଦଶ ଏବଂ ସମ୍ଭାବନା ପରିବାର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଟଚ ଜିତି ସମ୍ଭାବନା ପରିବାର ଫିଲଡ଼ିଂ ନିଷ୍ପତ୍ତି ନେଇଥିଲା ୧୦ ଓଭରରେ ପୌର ଏକାଦଶ ୮୨ ରନ୍ କରିବାରେ ସମର୍ଥ ହୋଇଥିଲା ବେଳେ ଜବାବରେ ସମ୍ଭାବନା ଦଳ ୬୯ ରନ୍ କରି ପରାସ୍ତ ହୋଇଥିଲାlସେହିଭଳି ଦ୍ବିତୀୟ ତଥା ଫାଇନାଲ୍ ମ୍ୟାଚରେ ଜଟଣୀ ପୌର ଏକାଦଶ ଏବଂ ଭେଟେରାନ୍ ଷ୍ଟଡ଼ କ୍ରିକେଟ ଆସୋସିଏସନ୍ ଏକାଦଶ ପରସ୍ପରକୁ ପଡ଼ିଆରେ ଭେଟିଥିଲେlଭେଟେରାନ୍ ଷ୍ଟଡ଼ସ୍ ଏକାଦଶ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୧୪୧ ରନ୍ କରିବାକୁ ସମର୍ଥ ହୋଇଥିଲା ବେଳେ ପ୍ରତିପକ୍ଷ ପୌର ପରିଷଦ ଏକାଦଶ ଜବାବରେ ୧୦୨ ରନ୍ କରିବାକୁ ସକ୍ଷମ ହୋଇ ରନର୍ସଅପ୍ ହୋଇଥିଲା l
ଏହି ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣି ଉତ୍ସବରେ ଅତିଥି ଭାବେ ଜଟଣୀ ନାଗରିକ କମିଟିର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ,ବିଶିଷ୍ଟ ସମାଜସେବୀ ଜଗଦୀଶ ପ୍ରସାଦ ଅଗରୱାଲ, ବିଧାୟକଙ୍କ ପ୍ରତିନିଧି ନୌସର୍ ଅଲ୍ଲୀ,ବିଧାୟକଙ୍କ ରାଜନୈତିକ ସଚିବ କଳିଙ୍ଗ ସାହୁ ପ୍ରମୁଖ ଯୋଗଦେଇ ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ପୌର ଏକାଦଶର ସନ୍ତୋଷ ସାମନ୍ତରା,ମ୍ୟାନ୍ ଅଫ ଦି ସିରିଜ୍ ତପନ ପ୍ରଧାନଙ୍କୁ ଓ ଶୃଙ୍ଖଳିତ ଭାବେ ବୃହତ ରନ୍ ସଂଗ୍ରହ କରିଥିବା ଜଟଣୀ ମିଡିଆ ଆଇକନ ଏକାଦଶକୁ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସଅପ୍ ଦଳ ପୌର ଏକାଦଶ ଓ ୱିନର୍ ଦଳ ଷ୍ଟଡ଼ସ୍ ଏକାଦଶକୁ ଟ୍ରଫି ପ୍ରଦାନ ସହିତ ସମ୍ଵର୍ଦ୍ଧିତ କରିଥିଲେl ଏହି ମ୍ୟାଚକୁ ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ହୋତା,ସମ୍ପାଦକ ଦେବପ୍ରସାଦ ଦାଶ, ସଂଗଠନ ସମ୍ପାଦକ ଦିଲୀପ ସିଂ,ଅତିରିକ୍ତ ସଂଗଠନ ସମ୍ପାଦକ ଶରତ କୁମାର ରେଡୀ,ଆଇନ୍ ପରାମର୍ଶଦାତା ଅକ୍ଷୟ କୁମାର ଦାସ,ଉପସଭାପତି ଅମିନ ରାଉତ,ଉପସଭାପତି ସଞ୍ଜୟ ବରିଶଲଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେl