ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡରେ ପାଗରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି। ଲଗାତାର ବର୍ଷା ସାଙ୍ଗକୁ କୋହଲା ପବନ ଯୋଗୁଁ ଶୀତର ପ୍ରକୋପ ବଢ଼ିଥିବା ବେଳେ ସାଧାରଣ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଓ ପବନ ଯୋଗୁଁ ବଜାରଘାଟ ଖାଁ ଖାଁ ଲାଗୁଥିବା ବେଳେ ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରୁ ଅଞ୍ଚଳରେ ବର୍ଷା ସହ ପ୍ରବଳ ପବନ ଆରମ୍ଭ ହୋଇଥିଲା। ସକାଳେ କିଛି ସମୟ ପାଇଁ ବର୍ଷା ଓ ପବନର ତୀବ୍ରତା କମିଥିଲେ ମଧ୍ୟ ପୁଣି ସକାଳ ୧୦ଟାରୁ ପବନର ଝଟକା ସହ ବର୍ଷା ଆରମ୍ଭ ହୋଇଥିଲା।

ଏହାର ପ୍ରଭାବରେ ଯାତାୟାତ ସହ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ବର୍ଷା ଓ ପାଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ରାସ୍ତାକୁ ଦ୍ୱିତୀୟ ଦିନ ପାଇଁ ବନ୍ଦ ରଖାଯାଇଛି। ଫଳରେ ରାୟପୁରରୁ ଗୋପାଳପୁର ମଧ୍ୟରେ ଏହି ରାସ୍ତା ଦେଇ ଯାନବାହନ ଚଳାଚଳ ଠପ୍ ହୋଇପଡ଼ିଛି। ଏଥିସହ ଦାରିଙ୍ଗବାଡ଼ିରୁ ସୋରଡ଼ା, ଭଞ୍ଜନଗର, ବ୍ରହ୍ମପୁର ଓ ଭୁବନେଶ୍ୱର ଅଭିମୁଖେ ଏହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି। ଘାଟି ରାସ୍ତା ବନ୍ଦ ଓ ଲଗାଣ ବର୍ଷା ଯୋଗୁଁ ବ୍ୟବସାୟିକ କାରବାର ମଧ୍ୟ ପ୍ରଭାବିତ ହୋଇଛି l ଅନ୍ୟ ପକ୍ଷରେ,
















