୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଏବଂ ମଦରସ୍ ପବ୍ଲିକ ସ୍କୁଲର ମିଳିତ ଆନୁକୂଲ୍ୟରେ ୩୦ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ଏବଂ ସାଧନ କର୍ମୀ ବିଜ୍ଞାନ ଶିକ୍ଷକମାନଙ୍କ ପାଇଁ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ସ୍ଥାନୀୟ ମଦରସ୍ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରିବା, ସେମାନଙ୍କ ସ୍ଥିତି ଶକ୍ତିକୁ ତ୍ୱରାନ୍ୱିତ କରିବା ଏବଂ ସଂଘବଦ୍ଧ ଭାବରେ କାର୍ଯ୍ୟ କରିବାରେ ଶିଶୁ ବିଜ୍ଞାନ କଂଗ୍ରେସର ଭୂମିକା ଅତୁଳନୀୟ ବୋଲି ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷ ତଥା ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ରଣସିଂହ ନିର୍ମଳେନ୍ଦୁ ରାୟ ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଡକ୍ଟର ରାୟଙ୍କ ପୌରହିତରେ ଅନୁଷ୍ଠିତ ଅହି ରାଜ୍ୟସ୍ତରୀୟ କର୍ମୀଶାଳାରେ ଓଡିଶାର ୩୦ଟି ଜିଲ୍ଲାରୁ ଆସିଥିବା ଜିଲ୍ଲା ସଂଯୋଜକ, ତଥା କଟକ , ଭୁବନେଶ୍ୱର ସାଧାନ କର୍ମୀ ବିଜ୍ଞାନ ଶିକ୍ଷକମାନେ ଯୋଗ ଦେଇଥିଲେ ।
ଓଡିଶା ବିଜ୍ଞାନ ଏକାଡେମୀ ସମ୍ପାଦକ ତଥା ଶିଶୁ ବିଜ୍ଞାନ କଂଗ୍ରେସର ଶୈକ୍ଷିକ ସଂଯୋଜକ ପ୍ରଫେସର ଆଶିଷ କୁମାର ମହାନ୍ତି ଏବଂ ଗଞ୍ଜାମ ଜିଲ୍ଲା ସଂଯୋଜକ ଶ୍ରୀ ଗୋପାଳ କୃଷ୍ଣ ପଣ୍ଡା ସମସ୍ତ ଜିଲ୍ଲା ସଂଯୋଜକ ଏବଂ ବିଜ୍ଞାନ ଶିକ୍ଷକମାନଙ୍କୁ ଚଳିତ ବର୍ଷର ମୁଖ୍ୟ ବିକ୍ଷୟ ବସ୍ତୁ ‘ସୁସ୍ଥ ରହିଲେ ଆମ ପରିସଂସ୍ଥା-ବଜାୟ ରହିବ ସ୍ୱାସ୍ଥ୍ୟ ଓ ସୁସ୍ଥତା’ ବକ୍ଷୟରେ ଫୁଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦଘାଟନୀ ଉତ୍ସବରେ ଗତ ବର୍ଷର ରାଜ୍ୟ ଏବଂ ଜାତୀୟ ସ୍ତରରେ ଉପସ୍ଥାପିତ ହୋଇଥିବା ସମସ୍ତ ପ୍ରକଳ୍ପ ଆଧାରିତ ପୁସ୍ତକ ଶିଶୁ ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷ ଡ. ରଣସିଂହ ନିର୍ମଳେନ୍ଦୁ ରାୟ ଏବଂ ମଂଚାସୀନ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ଶିଶୁ ବିଜ୍ଞାନ କଂଗ୍ରେସର ସଂଗଠନ ସମ୍ପାଦକ ଶ୍ରୀ ସତ୍ୟବ୍ରତ ସ୍ୱାଇଁ, ମଦରସ୍ ପବ୍ଲିକ ସ୍କୁଲର ମିସ ସନ୍ତୋଷୀ ମହାପାତ୍ର ଏବଂ ଶ୍ରୀ ପ୍ରଦୀପ କୁମାର ଖାଡଙ୍ଗାଙ୍କ ସୁପରିଚାଳନାରେ ଉକ୍ତ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ସମାପନ ହୋଇଥିଲା ।

© 2023 Odisha Taza News.