୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ପରିବାର ପ୍ରତିପୋଷଣ ନିମନ୍ତେ ଅଧିକ ଅର୍ଥ ରୋଜଗାର ଆଶାରେ ସୁଦୂର ଓମାନ ଯାଇ ସେଠାରେ କାର୍ଯ୍ୟରତ ସ୍ଥାନୀୟ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ବାଣପୁର ଥାନା ଅଧୀନ ବିରକେଶପୁର ଗ୍ରାମର ବାବୁଲି ବିଶ୍ୱାଳ (47) l ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଜଣାଯାଇଛି ମୃତ୍ୟୁ ଘଟଣା ଆଜକୁ ଆଠ ଦିନ ବିତିଯାଇଥିଲାବେଲେ ମଧ୍ୟ୍ୟ ଭିଟାମାଟିକୁ ଶବ ଫେରେଇବା ପାଇଁ କମ୍ପାନୀ କତୃପକ୍ଷ କୌଣସି ପଦକ୍ଷେପ ନେଉ ନଥିବାରୁ ପରିବାର ଲୋକେ ଆଶଙ୍କରେ ଦିନ କାଟୁଛନ୍ତି , ତୁରନ୍ତ ରାଜ୍ୟସରକାର ଏବଂ କେନ୍ଦ୍ରସରକାର ଉକ୍ତ ଘଟଣାରେ ହସ୍ତକ୍ଷେପ କରି ଶବ ଫେରେଇ ଆଣିବା ସହ ମୃତ୍ୟୁର ସଠିକ ତଦନ୍ତ ଏବଂ ଆର୍ଥିକ ସହାୟତା ପାଇଁ ହାତ ବଢ଼ାଇଛନ୍ତି lଅଭିଯୋଗରୁ ଜଣାଯାଇଛି ଯେ ବୀରକେଶପୁର ଗ୍ରାମର ବାବୁଲି 2013 ମସିହାରେ ଓମାନ ଦେଶକୁ କାର୍ଯ୍ୟକରିବା ପାଇଁ ଯାଇଥିଲେ l ସେ ଏକ କମ୍ପାନୀରେ ମିସ୍ତ୍ରୀ ଭାବେ କାର୍ଯ୍ୟରତ ଥିବାବେଳେ ଗତ 11/11/2022 ରିଖରେ ବାବୁଲିର ମୃତ୍ୟୁ ଖବର ସମ୍ପର୍କରେ ଉକ୍ତ କମ୍ପାନୀର ମ୍ୟାନେଜର ପରିବାର ଲୋକଙ୍କୁ ଅବଗତ କରାଇଥିଲେ l ପରିବାର ଲୋକେ ମୃତ୍ୟୁର କାରଣ ପଚାରିବାରେ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା l ତେବେ ତାଙ୍କର ଦେହବଶେଷକୁ ନିଜ ଭିଟାମାଟିକୁ ଫେରେଇବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଅଦ୍ୟାବଧି କୌଣସି ପଦକ୍ଷେପ ନେଉ ନଥିବା ଜଣାଯାଇଛି lଅନ୍ୟ ପଟେ ବାବୁଲିର ଶବକୁ ଚାହିଁ ପରିବାର ଲୋକେ ଭୋକ ଉପାସରେ ଦିନ କାଟୁଛନ୍ତି l ଶେଷରେ ଏ ସମ୍ପର୍କରେ ଏକ ଅଭିଯୋଗ ପତ୍ର ପତ୍ନୀ ସଂଯୁକ୍ତା ପ୍ରଧାନମନ୍ତ୍ରୀ,ବୈଦେଶିକ ବ୍ୟାପାର ମନ୍ତ୍ରୀ , ଭାରତ ଓ ଓମାନ ରାଷ୍ଟ୍ରଦୂତ,ମୁଖ୍ୟମନ୍ତ୍ରୀ , ରାଜ୍ୟ ଶ୍ରମକମିଶନର ,ଶ୍ରମମନ୍ତ୍ରୀ,ଖୋର୍ଦ୍ଧା ଜିଲ୍ଲାପାଳ,ବାଲୁଗାଁ ସହକାରୀ ଶ୍ରମଧିକାରୀ ସମେତ ସ୍ଥାନୀୟ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ପଠାଇଛନ୍ତି l ତୁରନ୍ତ ଏ ଦିଗରେ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି l