No Result
View All Result
୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭାରତର ପୂର୍ବତନ ପ୍ରଧାନମବୀ ଭାରତତତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ୧୦୫ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଆଜି ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ପକ୍ଷରୁ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କଠାରେ ରାଜ୍ୟସ୍ତରୀୟ ଜାତୀୟ ସଂହତି ସମାରୋହ ସମିତିର ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ସାଧାରଣ ସମ୍ପାଦକ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରତ୍ୟୁଷରୁ ଇନ୍ଦିରାଜୀଙ୍କ ପ୍ରତିର୍ମୂୀରେ ଶ୍ରଦ୍ଧାସୁମନ ଅର୍ପଣ, ସର୍ବଧର୍ମ ପ୍ରାର୍ଥନା ସଭା, ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ସଂହତି ଶପଥପାଠ ଆୟୋଜିତ ହେବା ସହ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ବିଶିଷ୍ଟ ପାଲାଗାୟକ ଯୁବ ସୌରଭ ଶ୍ରୀ ରବି ନାରାୟଣ ତ୍ରିପାଠୀ ଓ ତାଙ୍କ ସାଥି ବୃନ୍ଦ ରାମଧୁନ୍ ଓ ପାଲା ପରିବେଷଣ କରିଥିଲେ ।
ଏହି ଉତ୍ସବରେ ପୂର୍ବତନ ମବୀ ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦ ପ୍ରମୁଖ ଯୋଗଦେଇ ଇନ୍ଦିରାଜୀଙ୍କ ତ୍ୟାଗପୂତ ଜୀବନୀ ଓ ଅମ୍ଳାନ ପ୍ରତିଭା ଓ ଜାତୀୟ ସଂହତି ଓ ଏକତା ସମ୍ପର୍କରେ ସମ୍ପର୍କରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ଧ୍ୟାରାଣୀ ମହାପାତ୍ର, ଯୁଧିଷ୍ଠିର ଜେନା, ଲଲାଟେନ୍ଦୁ ମହାପାତ୍ର, ରଜନୀ ମହାନ୍ତି ପ୍ରମୁଖ ବହୁ ସଂସ୍କୃତ ପ୍ରେମୀ, ରାଜନେତା, ବୁଦ୍ଧିଜୀବି, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସମିତିର ଅନ୍ୟତମ ଉପସଭାପତି ଶିବାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିବା ବେଳେ ଶ୍ରୀ ଶୋଭାକର ବେହେରା, ବସନ୍ତ କୁମାର ମହାରଣା, ଦୁଃଶାସନ ନାୟକ, ଗୋବିନ୍ଦ ପଟେଲ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଳର ବିଶିଷ୍ଟ କୁଇଭାଷା କବି ଶ୍ରୀ ବଲୁ ପ୍ରଧାନ ଓ ତାଙ୍କ ସାଥୀ, ବରଗଡ଼ ଜିଲ୍ଲା ଝାରବନ୍ଧ ଅଳର କରମାସାନି ଦଳର ଗାୟକ ନିରୋଜ ବଞ୍ଛର ଓ ତାଙ୍କ ସାଥୀ ଓ ନିଆଳି ଅଳର ସଂର୍କିନ ମଣ୍ଡଳୀର ମୁଖ୍ୟ ଗାୟକ ଜ୍ଞାନପ୍ରିୟ କାନୁନଗୋ ଓ ତାଙ୍କ ସାଥୀବୃନ୍ଦ ଇନ୍ଦିରାଜୀଙ୍କ ଜୀବନୀ ଉପରେ ଆଧାରିତ ବିଭିନ୍ନ ଲୋକକଳା ପ୍ରଦର୍ଶନ କରି କାର୍ଯ୍ୟକ୍ରମର ଗରୀମାକୁ ବହୁଗୁଣିତ କରିଥିଲେ । ଏହି ଅବସରରେ ଜାତୀୟ ସଂହତି ଓ ଇନ୍ଦିରା ଗାନ୍ଧୀ ଶୀର୍ଷକ ପ୍ରବନ୍ଧ ଓ କବିତା ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ର ଛାତ୍ରୀ ଓ କବି କବୟତ୍ରୀଙ୍କୁ ପୁରସ୍କାର ବିରତଣ କରାଯାଇଥିଲା ।

No Result
View All Result