ଆଦର୍ଶ ଗୁରୁବିନା ସମାଜ ଓ ଛାତ୍ରଛାତ୍ରୀମାନଙ୍କର ବିକାଶ ଅସମ୍ଭବ

ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତି ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ସୋମବାର ବିଦ୍ୟାଳୟ ପରିସରରେ ୬୮ତମ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ,

ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ରାଜସୁନାଖଳା ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଦାସ ରଣପୁର ଅତିରିକ୍ତ ସହ ଶିକ୍ଷାଧିକାରୀ ଲଷ୍ମୀପ୍ରିୟା ଦେଇ , ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ସମିତି ସଭ୍ୟ ତପନ କୁମାର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଦର୍ଶନ ମହାପାତ୍ର ଓ ବିଜ୍ଞାନ ସୁପର ଭାଇଜର ଶରତ କୁମାର ସାହୁ ପ୍ରମୁଖ ଯୋଗଦେଇ ଶ୍ରୀଜଗନ୍ନାଥ ଓ

ବିଦ୍ୟାଳୟ ପ୍ରତିଷ୍ଠାତା ସ୍ବର୍ଗତ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ ଜରିଥିଲେ l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମି ପ୍ରଭା ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ମଞ୍ଚ ପରିଚାଳନା କରିଥିଲେ ! ବିଦ୍ୟାଳରର ପ୍ରତିଷ୍ଠାତା ସ୍ବର୍ଗତ କୃଷ୍ଣ ଚନ୍ଦ୍ର ମିଶ୍ର ୧୯୫୯ ମସିହାରେ ବିଦ୍ୟାଳୟକୁ ପ୍ରତିଷ୍ଠା କରିଥିଲେ !

ସେହି ସମୟରେ ସମାଜରେ ଶିକ୍ଷାର ପ୍ରସାର କରିବା ଓ ବିଦ୍ୟାଳୟ ଆରମ୍ଭ କରିବା ସମୟରେ ସେ ବହୁ ବାଧା ବିଗ୍ନର ସମ୍ମୁଖୀନ ହୋଇଥିଲେ ! ଏହି ବିଦ୍ୟାଳୟରେ ଅଧ୍ୟୟନ କରି ଅନେକ ଛାତ୍ରଛାତ୍ରୀମାନେ ଦେଶ ସେବାରେ ନିୟୋଜିତ ଅଛନ୍ତି ବୋଲି ସମସ୍ତ ନିମନ୍ତ୍ରିତ ଅତିଥିମାନେ କହି ତାଙ୍କର ଗୁଣଗାନ କରିଥିଲେ ! ଆଦର୍ଶ ଗୁରୁବିନା ସମାଜ ଓ ଛାତ୍ରଛାତ୍ରୀମାନଙ୍କର ବିକାଶ ହୋଇପାରେ ନାହିଁ ବୋଲି ମୁଖ୍ୟଅତିଥି ଶ୍ରୀ ପାଣ୍ଡେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ !

ଏହି ଅବସରରେ ବିଦ୍ୟାଳୟର ଦଶମ ପରୀକ୍ଷାରେ ଏ୧ ପାଇଥିବା ଦୁଇ ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରା ଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ! କୃତ୍ତି ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରା ଯାଇଥିଲା ।

ସନ୍ତୋଷ କୁମାର ବେହେରାଙ୍କ ନିର୍ଦ୍ଦେଶନାରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ନୀଳ ମାଧବ ନାଟକ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ଲକ୍ଷ୍ମୀ ପ୍ରିୟା ରଣସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।















