No Result
View All Result
୧୮ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ଠାକୁର ଅନୁକୂଳ ଚନ୍ଦ୍ର ପୁରୀ କୁ ୧୯୨୩ ମସିହା ଜାନୁଆରୀ ମାସ ରେ ଆଗମନ କରିଥିଲେ । ଏହି ଆଗମନର ୧୦୧ ବର୍ଷ ପୂର୍ତ୍ତି ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ଠାରେ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରି ଆସନ୍ତା ଜାନୁୟାରୀ ୮ ତାରିଖରେ ଏହି ଆଗମନ ଦିବସ କୁ ପାଳନ କରିବାକୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଉତ୍ସବ କମିଟି ପ୍ରଶାସନ କୁ ଅନୁରୋଧ କରିଛନ୍ତି । ତେଣୁ ଏହାକୁ ଶୃଙ୍ଖଳା ର ସହ ପରିଚାଳନା ପାଇଁ ବିଭିନ୍ନ ବିଭାଗ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ତାଳବଣିଆ ଠାରେ ଆୟୋଜିତ ହେବ ।
ତେଣୁ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା,ଗାଡି ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ସୁନିୟନ୍ତିତ କରିବାକୁ ସେ ପରାମର୍ଶ ଦେଇଥିଲେ । କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ବିଭିନ୍ନ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ପ୍ରାରମ୍ଭରେ ଉତ୍ସବ କମିଟି ର ସମ୍ପାଦକ ଶ୍ରୀ ଡମ୍ବରୁଧର ଦାସ ସମସ୍ତ ଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।
ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୁରୀ ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ଡିଆଇବି ର ଡିଏସପି ଶ୍ରୀ ହେମନ୍ତ କୁମାର ପଣ୍ଡା,ଏଡିଏମଓ ଡା ବି ବି ରଥ,ପୁରୀ ତହସିଲଦାର ଶ୍ରୀ କ୍ଷିରୋଦ କୁମାର ବେହେରା, ଡେପୁଟି କଲେକ୍ଟର ଶ୍ରୀ ରାକେଶ ପଣ୍ଡା, ଆଇଆଇସି ଶ୍ରୀ ଚିନ୍ମୟ ରାଉତ,ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ, ଅନ୍ୟାନ୍ୟ ଅଧିକାରୀ ଓ ଉତ୍ସବ କମିଟିର ସଦସ୍ୟ ମାନେ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ ।


No Result
View All Result