No Result
View All Result
୧୭ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଥାଇଲ୍ୟାଣ୍ଡ୍ର ଚାଙ୍ଗ୍ ଇଟଂରନ୍ୟାସନାଲ୍ ସର୍କିଟ୍ରେ ଅନୁଷ୍ଠିତ ହେବାକୁ ଥିବା ୨୦୨୨ ଏସିଆ ରୋଡ୍ ରେସିଂ ଚାମ୍ପିଆନ୍ସିପ୍ (ଏଆରଆରସି) ଚୂଡ଼ାନ୍ତ ଲଢ଼େଇ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଟିମ୍ର ଦୁଇ ପ୍ରମୁଖ ଚାଳକ ରାଜୀବ ସେତୁ ଓ ସେନ୍ଥିଲ କୁମାର ଥାଇଲ୍ୟାଣ୍ଡ୍ ପହଂଚିଛନ୍ତି । ଏସିଆ ପ୍ରଡକ୍ସନ ୨୫୦ ସିସି ଶ୍ରେଣୀର ମୋଟ ୧୪ ଟିମ୍ ମଧ୍ୟରୁ ଶ୍ରେଷ୍ଠ ୯ଟି ଟିମ୍ ମଧ୍ୟରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ରହି ଏହି ପର୍ଯ୍ୟାୟରେ ପ୍ରବେଶ କରିଛି । ଭାରତର ଏକମାତ୍ର ଟିମ୍ ଭାବେ ୨୦୧୮ରୁ ଯାତ୍ରା ଆରମ୍ଭ କରିଥିବା ଏହି ଟିମ୍ ନିଜ ପ୍ରଦର୍ଶନରେ ନିୟମିତ ଭାବେ ଉନ୍ନତି ଆଣୁଛି । ଟିମ୍ ଏହାର ଉଦଘାଟନି ଋତୁରେ ୬ ପଏଂଟ୍ ପାଇଥିଲା । ୨୦୧୯ ଋତୁ ସୁଦ୍ଧା ତାହାକୁ ୩୫ ପଏଂଟ୍ରେ ପହଂଚାଇଛି ।
୨୦୨୨ ଋତୁରେ ଏହା ୪୨ ପଏଂଟ୍ ହାସଲ କରି ଫାଇନାଲ୍ରେ ପ୍ରବେଶ କରିଛି । ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଅପରେଟିଂ ଅଫିସର୍-ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ କହିଛନ୍ତି ଯେ, “ଏଆରଆରସିିର ୨୦୨୨ ସିଜନ୍ ଆମ ଚାଳକମାନଙ୍କ ପାଇଁ ବେଶ ଶିକ୍ଷଣୀୟ ହୋଇପାରିଛି । ଚାଙ୍ଗ୍ ଇଟଂରନ୍ୟାସନାଲ୍ ସର୍କିଟ୍ରୁ ଆମେ ଏହି ଚାମ୍ପିଆନ୍ସିପ୍ର ଯାତ୍ରା ଆରମ୍ଭ କରିଥିଲୁ ଯେଉଁଠାରେ ଆମ ଚାଳକମାନେ ଦେଶ ପାଇଁ ଭଲ ପଏଂଟ୍ ଜିତିଥିଲେ । ଜୋରଦାର ରେସିଂର ଚାରିଟି ପର୍ଯ୍ୟାୟ ପରେ ଫେରିଥିବାରୁ ଆମର ବିଶ୍ୱାସ ରହିଛି ଯେ ଆମ ଚାଳକମାନେ ପୂର୍ବ ପର୍ଯ୍ୟାୟରୁ ପାଇଥିବା ଶିକ୍ଷାକୁ ନେଇ ଦେଶ ଓ ଟିମ୍ ପାଇଁ ଭଲ ଫଳ ପ୍ରଦାନ କରିବେ ।
ଥାଇଲ୍ୟାଣ୍ଡ୍ର ଚ୍ୟାଲେଂଜ୍କୁ ଗ୍ରହଣ କରିବା ଏବଂ ତାହାର ସର୍ବାଧିକ ଲାଭ ହାସଲ କରିବା ଲାଗି ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ପ୍ରସ୍ତୁତ ରହିଛି । ’’ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ର ଅଭିଜ୍ଞ ଚାଳକ ରାଜୀବ ସେତୁ ମୋଟ ୩୧ ପଏଂଟ୍ ପାଇ ଏପି ୨୫୦ ଶ୍ରେଣୀର ଫାଇନାଲ୍ରେ ପ୍ରବେଶ କରିଛନ୍ତି । ତାଙ୍କ ସାଥୀ ଖେଳାଳି ସେନ୍ଥିଲ ମଧ୍ୟ ଏହି ଟ୍ରାକ୍ରେ ଅଭ୍ୟସ୍ତ । ସେନ୍ଥିଲ ଏବେ ୧୧ ପଏଂଟ୍ ପାଇଥିବା ବେଳେ ଶ୍ରେଷ୍ଠ ୧୯ ଜଣ ଚାଳକଙ୍କ ମଧ୍ୟରେ ରହିଛନ୍ତି ।
ରାଜୀବ ସେତୁ କହିଛନ୍ତି ଯେ, “ଆମେ ଚାମ୍ପିଆନ୍ସିପ୍ର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛୁ ଏବଂ ଚାଙ୍ଗ୍ ଇଟଂରନ୍ୟାସନାଲ୍ ସର୍କିଟ୍ରେ ମୋର ସବୁ କିଛି କଳ କୌଶଳ ପ୍ରୟୋଗ କରିବାକୁ ମୁଁ ପ୍ରସ୍ତୁତ ରହିଛି । ମୁଁ ଯଥା ସମ୍ଭବ ଅଧିକ ପଏଂଟ୍ ହାସଲ କରିବାକୁ ଉଦ୍ୟମ କରି ତାଲିକାର ଶୀର୍ଷରେ ପହଂଚିବାକୁ ଚାଂହିବି ।’’ ସେନ୍ଥିଲ କୁମାର କହିଛନ୍ତି ଯେ, “ଏହି ଋତୁ ମୋ ପାଇଁ ବେଶ୍ ଶିକ୍ଷଣୀୟ ରହିଛି । ଏହା ପୂର୍ବରୁ ଚାଙ୍ଗ୍ରେ ମୁଁ ୧୩ତମ ସ୍ଥାନରେ ରହିଥିଲି । ଏଥର ରେସ୍ରେ ମୁଁ ଦେଶ ଓ ଟିମ୍ ପାଇଁ ଭଲ ଫିନିସ୍ କରିବାକୁ ଆଶା ରଖିଛି ।’’

No Result
View All Result