ମୃତକ ହେଲେ ବାଣପୁର ଚିଆଙ୍ଗ ସାହିର ଦୁର୍ଗା ଦାଶଙ୍କ ସାନ ପୁଅ ରମାକାନ୍ତ(ଲୁନା) ଦାଶ ( 45 ) l
17 ନଭେମ୍ବର ଗୁରବାର (ଓଡିଶା ତାଜା ନ୍ୟୁଜ ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ନିକଟସ୍ଥ ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି l ମୃତକ ହେଲେ ବାଣପୁର ଚିଅlଙ୍ଗ ସାହିର ଦୁର୍ଗା ଦାଶଙ୍କ ସାନ ପୁଅ ରମାକାନ୍ତ(ଲୁନା) ଦାଶ ( 45 ) l ଘଟଣାରୁ ପ୍ରକାଶ ଯେ ବୁଧବାର ଦିନ କୌଣସି ଏକ କାର୍ଯ୍ୟରେ ରମାକାନ୍ତ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟକୁ ଯାଇଥିଲେ l
ସେଠାରେ ନିଜ କାର୍ଯ୍ୟ ସାରି ରାତ୍ରପ୍ରାୟ 8.30 ସମୟରେ ନିଜ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ନାଭାଲ ଛକ ନିକଟରେ ପଛପଟୁ ଆସୁଥିବା ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ଟ୍ରକ ତାଙ୍କୁ ଶକ୍ତ ଧକ୍କା ଦେଇଥିଲା l ଫଳରେ ରମାକାନ୍ତ ଭାର ଶ୍ୟାମ ହରାଇ ଟ୍ରକର ଚକାତଳେ ପଡି ଯିବାରେ ଗାଡିର ଚକ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା l
ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ 108 ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା l ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ଦୁର୍ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଓ ଟ୍ରକକୁ ଜବତ କରି ତଦନ୍ତ ଜାରୀ ରଖିଛନ୍ତି l ରମାକାନ୍ତ ବାଣପୁର ଏନ ଏ ସି ର ଯୁବ ବିଜେପି ନେତା ଥିଲେ l















