ହୁଣ୍ଡିରୁ ସମୁଦାୟ ୧ ଲକ୍ଷ ୫୬ ହଜାର ୭ ଶହ ୧୫ ଟଙ୍କା ଏବଂ ୨ ଗ୍ରାମ ୭୪୦ ମିଲି ଗ୍ରାମର ଏକ ରୂପାର ଲକେଟ ମିଳିଥିବାର ତହସିଲଦାର ସୂଚନା ଦେଇଛନ୍ତି ।
୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ଜଗତ ଜନନୀ ମା ଭଗବତୀ ଙ୍କ ଗର୍ଭଗୃହସ୍ଥ ହୁଣ୍ଡି ଆଜି ଖୋଲାଯାଇଛି । ବାଣପୁର ତହସିଲଦାର ତଥା ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ ପରିଚାଳନା କମିଟିର ସଭାପତି କୁଞ୍ଜବିହାରୀ ବଡ଼ଜେନା ଏବଂ ବାଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ା. ରମାକାନ୍ତ ନାୟକ ଙ୍କ ଉପସ୍ଥିତିରେ ମା’ ଙ୍କ ହୁଣ୍ଡିଙ୍କୁ ଖୋଲାଯାଇଛି । ସର୍ବ ସମ୍ମୁଖରେ ଗଣତି କରାଯାଇ ଉକ୍ତ ହୁଣ୍ଡିରୁ ସମୁଦାୟ ୧ ଲକ୍ଷ ୫୬ ହଜାର ୭ ଶହ ୧୫ ଟଙ୍କା ଏବଂ ୨ ଗ୍ରାମ ୭୪୦ ମିଲି ଗ୍ରାମର ଏକ ରୂପାର ଲକେଟ ମିଳିଥିବାର ତହସିଲଦାର ସୂଚନା ଦେଇଛନ୍ତି । ଉକ୍ତ ସମୟରେ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳାମୁକୁନ୍ଦ ଦାସ, ସେବାୟତଗଣ ଏବଂ ଏଣ୍ଡାଓମେଣ୍ଟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ତେବେ ହୁଣ୍ଡିରୁ ଆଦାୟ ହୋଇଥିବା ଟଙ୍କା ମା’ଙ୍କ ନୀତିକାନ୍ତିରେ ନିୟୋଜିତ ହେବ ବୋଲି ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳାମୁକୁନ୍ଦ ଦାସ ସୂଚନା ଦେଇଛନ୍ତି ।