No Result
View All Result
୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଓଡ଼ିଶାର ବିଭିନ୍ନ ସାମ୍ବାଦିକ ସଙ୍ଗ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି । ସମାଜରେ ବିକାଶର ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ୱେ ସାମ୍ବାଦିକ ମାନେ ଜନତାଙ୍କ ସ୍ଵାର୍ଥ ପାଇଁ ଲଢେଇ ଜାରି ରଖିଛନ୍ତି । ଗଣମାଧ୍ୟମ ପ୍ରତିନିଧି ମାନେ ନିଜ ଜୀବନକୁ ବାଜି ଲଗାଇ ଆଗ ଧାଡ଼ିର ଯୋଦ୍ଧା ସାଜି ନିୟମିତ ଲୋକଙ୍କ ପାଖରେ ଖବର ପହଞ୍ଚାଉଛନ୍ତି । ୧୯୬୬ ମସିହା ନଭେମ୍ବର ୧୬ ତାରିଖକୁ କେନ୍ଦ୍ର ସରକାର ପ୍ରେସ କାଉନସିଲ ଅଫ ଇଣ୍ଡିଆ ପ୍ରତିଷ୍ଠା କରିଥିଲେ । ଏଥିପାଇଁ ପ୍ରତିବର୍ଷ ଏହି ଦିନକୁ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଉଛି ।
ସାମ୍ବାଦିକ ହେଲେ ସମାଜର ଜାଗ୍ରତ ପ୍ରହରୀ । ବଡ଼ ଦୁଃଖର ବିଷୟ କିନ୍ତୁ ସାମ୍ବାଦିକ ଆଜି ଅବହେଳିତ, ସମ୍ବାଦିକ ମାନେ କେଉଁ ଜାଗାରେ ମାଡ଼ ଖାଉ ଛନ୍ତି ତା କେଉଁ ଠାରେ ଆକ୍ରମଣର ଶିକାର ହେଉଛନ୍ତି ସରକାର ଏଥିପ୍ରତି ଏମାନଙ୍କ ପାଇଁ କୌଣସି ସୁରକ୍ଷାl ବ୍ୟବସ୍ଥା ନାହିଁ l ନିଜର କର୍ତ୍ତବ୍ୟ ହେଉଛି ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷଣ ସବୁ ସାମ୍ବାଦିକ ଙ୍କ ଆଭିମୁଖ୍ୟ ହେବା ଉଚିତ୍ । ଆଜି ଏହି ଜାତୀୟ ପ୍ରେସ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ,ବାଣପୁର ଚିଲିକା ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ପ୍ରେସ କ୍ଲବ ତରଫରୁ ସଂଘର ସଭାପତି ପ୍ରକାଶ ପ୍ରଧାନଙ୍କ ସଭାପତିତ୍ଵ ରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି।
ବାଲୁଗାଁ ଗାନ୍ଧୀ ଛକରେ ଥିବା ଗାନ୍ଧୀ ମୂର୍ତ୍ତି ଓ ପଲଟନ ପଡ଼ିଆରେ ଥିବା ଦେଶ ପାଇଁ ସହିଦ ହୋଇଥିବା ବାଣପୁର ମାଟିର ବୀର ପୁତ୍ର କୃତିବାସ ପାଟ୍ଟଶାଣୀଙ୍କ ପତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ବାଲୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଓ ବାଣପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଚିଲିକା ଅଞ୍ଚଳର ସମସ୍ତ ଜରା ଆଶ୍ରମ ଓ ରାସ୍ତା କଡ଼ରେ ବୁଲୁଥିବା ଅସହାୟ ଲୋକ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ଚିଲିକା ପ୍ରେସ କ୍ଲବର ସଭାପତି ଓ ଉପସଭାପତି ଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

No Result
View All Result