• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ : ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଉଲ୍ଲେଖନୀୟ ଭୂମିକା ରହିଛି

Proprietor Abhimanyu Maharana by Proprietor Abhimanyu Maharana
November 17, 2022
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ : ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଉଲ୍ଲେଖନୀୟ ଭୂମିକା ରହିଛି
Share on FacebookShare on TwitterWhatsapp

୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଉଲ୍ଲେଖନୀୟ ଭୂମିକା ରହିଆସିଛି,ଯାହାକି ପ୍ରାକ୍ ସ୍ୱାଧୀନତା ସମୟରୁ ଏହା ପ୍ରତିପାଦିତ ହୋଇଆସୁଛି । ଆମ ପାଇଁ ସ୍ୱାଧୀନତା ଆଣିଦେଇଥିବା ସ୍ୱାଧୀନତା ସଂଗ୍ରାମୀ, ଦେଶପ୍ରମୀ ଓ ବରପୁତ୍ରମାନେ ଅନେକ ଗଣମାଧ୍ୟମରେ ଥିଲେ ବା ସ୍ୱାଧୀନତା ପାଇଁ ଗଣମାଧ୍ୟମର ସହାୟତା ନେଉଥିଲେ । ଗଣମାଧ୍ୟମ ପ୍ରତିନିଧିମାନଙ୍କର ସକ୍ରିୟ ସହଯୋଗ ଓ ସଚେତନତା ସୃଷ୍ଟି ଫଳରେ ଦୁଇ ବର୍ଷ ମଧ୍ୟରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିଲା । କୋଭିଡ୍ ସମୟରେ ଗଣମାଧ୍ୟମର କାର‌୍ୟ୍ୟ ଅତ୍ୟନ୍ତ ପ୍ରଶଂସନୀୟ ରହିଥିଲା । ନିର୍ମାଣ କ୍ଷେତ୍ରଠାରୁ ଆରମ୍ଭ କରି ଜନସଚେତନତା,ସୂଚନା ପ୍ରଦାନ ଓ ସମ୍ବାଦ ପରିବେଷଣ ଆଦି ପ୍ରତ୍ୟେକ କ୍ଷେତ୍ରରେ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଆଜି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ପ୍ରକାଶ କରିଛନ୍ତି । କାର‌୍ୟ୍ୟକ୍ରମରେ ଚଳିତ ବର୍ଷ ଜାତୀୟ ପ୍ରେସ୍ ଦିବସ ପାଳନ ପରିପ୍ରେକ୍ଷୀରେ ପ୍ରେସ୍ କାଉନସିଲ ଅଫ ଇଣ୍ଡିଆର ରହିଥିବା ପ୍ରସଙ୍ଗ – ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଆହୁରି ମଧ୍ୟ କହିଥିଲେ ଯେ, ରାଜ୍ୟ ସରକାର ସର୍ବଦା ଓଡିଶାର ଗଣମାଧ୍ୟମ ପ୍ରତିନିଧିଙ୍କ କଲ୍ୟାଣ ପାଇଁ ଯତ୍ନବାନ ଅଛନ୍ତି । ଓଡିଶାର ସାମ୍ବାଦିକମାନଙ୍କର କଲ୍ୟାଣ ପାଇଁ ସାମ୍ୱାଦିକ କଲ୍ୟାଣ ଯୋଜନା ଓ ସ୍ୱାସ୍ଥ୍ୟବୀମା ଲାଗୁ କରିବା ସହିତ ଯାହା ଆବଶ୍ୟକତା ରହୁଛି, ତାହାକୁ ପୂରଣ କରିବା ଦିଗରେ ରାଜ୍ୟ ସରକାର ଗୁରୁତର ସହ ବିଚାର କରି କାର‌୍ୟ୍ୟକରୁଛନ୍ତି ।

ଏବେ ବୈଷୟିକ ବିଜ୍ଞାନରେ ଦ୍ରୁତ ଉନ୍ନତି ଘଟୁଛି । ଖବର ପରିବେଷଣ ବା ପ୍ରକାଶନ ବେଳେ ପ୍ରକାଶନର ଉଦ୍ଦେଶ୍ୟକୁ ତର୍ଜମା କରିବା ସହ ଯେଉଁ ଖବର ପ୍ରକାଶନ କଲେ ତାହା ଦ୍ୱାରା ରାଜ୍ୟ ତଥା ଦେଶ ଲାଭାନ୍ୱିତ ହେବ ଏବଂ ଦେଶ ଗଠନରେ ସହାୟକ ହେବ, ସେଥିପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଗୁରୁତ୍ୱ ଦେଇଥିଲେ । ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ପର‌୍ୟ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି ଯୋଗଦେଇ କହିଲେ ଯେ, ଗଣମାଧ୍ୟମ ସବୁବେଳେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ପରି କାର‌୍ୟ୍ୟ କରିଆସିଛି । ଆମ ରାଜ୍ୟର ମକା, ମାଣ୍ଡିଆ, କୃଷି ଜାତ ଅନ୍ୟାନ୍ୟ ଦ୍ରବ୍ୟ ଉତ୍ପାଦନରେ ଆମ ଲୋକଙ୍କର ଅର୍ଥନୈତିକ ବିକାଶର ସ୍ୱାର୍ଥ ନିହିତ ରହିଛି, ଯାହାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଗଣମାଧ୍ୟମ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆମର ଦକ୍ଷ ମାନବ ସମ୍ବଳକୁ ଉପଯୋଗ ପାଇଁ ଗଣମାଧ୍ୟମ ସୁଯୋଗ ସୃଷ୍ଟିକରୁ ବୋଲି ଡ. ମହାନ୍ତି ପ୍ରକାଶ କରିଥିଲେ । କାର‌୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦିକା ଶ୍ରୀମତୀ କସ୍ତୁରୀ ମହାପାତ୍ର ଯୋଗଦେଇ ସରକାରଙ୍କ ଜନାଭିମୁଖୀ କାର‌୍ୟ୍ୟକ୍ରମ ଲୋକମାନଙ୍କ ପାଖରେ ପହଁଚାଇବା, ସମାଜସେବା ଆଦି କ୍ଷେତ୍ରର ସାମ୍ବାଦିକମାନଙ୍କର ଯୋଗଦାନ ରାଷ୍ଟ୍ର ନିର୍ମାଣରେ ଅନ୍ୟତମ ଅବଦାନ ବୋଲି କହିଥିଲେ । ସାମ୍ବାଦିକମାନଙ୍କୁ ସମ୍ମାନ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସେ ପ୍ରକାଶ କରିବା ସହିତ ସୋସିଆଲ ମିଡିଆ ଯୁଗରେ ସମ୍ବାଦ ପ୍ରକାଶନ ସମୟରେ ବିଭିନ୍ନ ପ୍ରସଙ୍ଗରେ ରହିଥିବା ଆଇନ୍ ସଂପର୍କରେ ଜାଣିବା ଓ ଏହାର ଅନୁପାଳନ ସଂପର୍କରେ ସଚେତନ ହୋଇ ସମ୍ବାଦ ପରିବେଷଣ କରିବାକୁ ସେ ପରାମର୍ଶ ଦେଇଥିଲେ ।

ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ସଭାପତି ଅଭିଭାଷଣରେ ସମ୍ବାଦପତ୍ର ହେଉ ବା ବୈଦ୍ୟୁତିକ ଗଣମାଧ୍ୟମ ହେଉ, ଏହାର ପ୍ରଚ୍ଛଦ ପଟ୍ଟରେ ଦିନରାତି କାମ କରୁଥିବା ଗଣମାଧ୍ୟମ ପ୍ରତିନିଧି ଓ ସମସ୍ତ କର୍ମଚାରୀମାନଙ୍କର ଅବଦାନ ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିବା ସହ ୪ର୍ଥ ସ୍ତମ୍ଭ ମଜବୁତ ହେଲେ ଗଣତନ୍ତ୍ର ଆହୁରି ସୁଦୃଢ ହେବ ବୋଲି ପ୍ରକାଶ କରିଥିଲେ । ଏହି ଦିବସ ପାଳନ ଅବସରରେ ବିଭିନ୍ନ ପ୍ରକାର ସମ୍ବାଦପତ୍ର ସଂଗ୍ରହ କରି ଏହାକୁ ଏକ ନିଶା ଭାବେ ଗ୍ରହଣ କରିଥିବା ଯାଜପୁର ଜିଲ୍ଲା ଅରଙ୍ଗାବାଦ ଗ୍ରାମ ସ୍ଥିତ ଦୋଳଗୋବିନ୍ଦ ନ୍ୟୁଜପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ପ୍ରତିଷ୍ଠାତା ତଥା ସମ୍ବାଦପତ୍ର ସଂଗ୍ରହରେ ଗିନିସ୍ ଓ୍ୱାର୍ଲଡ୍ ରେକର୍ଡର ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ଦାସ ଆଜି ଜୟଦେବ ଭବନଠାରେ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆୟୋଜିତ ସମ୍ବାଦପତ୍ର ପ୍ରଦର୍ଶନୀରେ ଓଡିଶାର ବହୁ ପୁରାତନ ଓ ବିରଳ ସମ୍ବାଦପତ୍ର ପ୍ରଦର୍ଶନ କରି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ । ଏହି ଦିବସ ଉପଲକ୍ଷେ ବିଭିନ୍ନ ଗଣଯୋଗାଯୋଗ ଅନୁଷ୍ଠାନର ପ୍ରତିଯୋଗୀମାନଙ୍କୁ ନେଇ ଆୟୋଜିତ ଓଡିଆ ଏବଂ ଇଂରାଜୀ ବକ୍ତୃତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସୂଚନା ଅଧିକାରୀ ଶ୍ରୀମତୀ ଦିପ୍ତୀମୟୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ ପୂର୍ବକ ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଉପସ୍ଥାପନ କରିଥିଲେ । ବିଭାଗର ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର‌୍ୟ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ଗଣଯୋଗାଯୋଗ ଅନୁଷ୍ଠାନର ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁରବୀର୍ ସିଂ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ ଦାଶଙ୍କ ସମେତ ବିଭାଗର ସମସ୍ତ ବରିଷ୍ଠ ପଦାଧିକାରୀ ଏବଂ ଉପବିଭାଗୀୟ ଅଧିକାରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା

କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା

July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ

କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ

July 8, 2026
ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ

ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ

July 8, 2026
ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ

ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ

July 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା

କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା

July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ

କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ

July 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version