
୧୫ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା :- ଜ଼ିଲ୍ଲା,ବାଣପୁର ସତସଙ୍ଗ ବିହାର଼ ପରିସରରେ ମଙ୍ଗଳବାର ଦିନ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଶୁଭ ଜନ୍ମ ମହାମହୋତ୍ସବ ଓ ବାଣପୁରସ୍ଥିତ ସତସଙ୍ଗ ବିହାର ର ତୃତୀୟ ବାର୍ଷିକ ଶ୍ରୀମନ୍ଦିର ଉଦବୋଧନ ଦିବସ ମହା ଆଡମ୍ବର ରେ ପାଳିତ ହୋଇଯାଇଛି l ସତସଙ୍ଗ ବିହାର ସହପ୍ରତି ଋତିକ୍ ଶ୍ରୀ ଯୁକ୍ତ ପୁରୁଷୋତ୍ତମ ପାଲଟାସିହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ସତସଙ୍ଗର ବରିଷ୍ଠ ସହପ୍ରତି ଋତିକ୍ ଶ୍ରୀଯୁକ୍ତ ଡା, ତ୍ରିନାଥ ବାବୁ ସଭପତିତ୍ୱରେ ଅନୁଷ୍ଟିତ ହୋଇଯାଇଛି ।
ବ୍ରାହ୍ମ ମୁହୁର୍ତରେ ବେଦ ମାଙ୍ଗଳିକ, ଉଷା କିର୍ତନ ପ୍ରାତଃ ବିନତି ଦିନ ୧୧,.୩୦ମିନିଟରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା, ସଙ୍ଗିତାଞ୍ଜଳୀରେ ସତସଙ୍ଗ ବିହାରର ଯାଜକ କର୍ମୀ ମହେଶ୍ୱର ଜେନା, ରୋଜାଲିନ ପଣ୍ଡା,ପ୍ରକାଶ ଚନ୍ଦ୍ର ଦାସ, ଗୋଲଖ ଘଡେଇ, ଓ କିର୍ତନ ପରିବେଷଣ କରିଥିଲେ ସୁମନ କୁମାର ପୃଷ୍ଟି ଓ ଗଞ୍ଜାମରୁ ଆଗତ ଗୁରୁଭାଇ ।
ସତସଙ୍ଗରେ ପ୍ରାରମ୍ଭିକ ଆଲୋଚନା କରିଥିଲେ ଯାଜକ କର୍ମୀ ଶ୍ରୀଯୁକ୍ତ ତ୍ରିନାଥ ହୋତା, ମୁଖ୍ୟବ୍ୟକ୍ତା ଭାବେ ଅବସର ପ୍ରାପ୍ତ ଏ ଏସ୍ ପି ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଘୋଷ ଦା ଯୋଗ ଦେଇ ଶ୍ରୀଶ୍ରୀ ଠାକୁରଙ୍କର ଦିବ୍ୟ ଆଦର୍ଶ ନୀତି ଉପରେ ଆଲୋକପlତ କରିଥିଲେ l ସତସଙ୍ଗରେ ଉପସ୍ଥିତଥିଲେ ବାଣପୁର ଏନ ଏସିର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ମିଟୁ ନାୟକ, ଶ୍ରୀଯୁକ୍ତ ଡା ପ୍ରଭାଷ ଚନ୍ଦ୍ର ସୁବୁଦ୍ଧି ,ଇଂ ପ୍ରଭାକର ମହାରଣା,ଶ୍ରୀଯୁକ୍ତ ଗତିକୃଷ୍ଣ ଉତରକବାଟ ସହପ୍ରତି ଋତ୍ୱକ ,
କଣ୍ଡୁରୀ ଚରଣ ପ୍ରଧାନ, କଣ୍ଡୁରୀ ଚମ୍ପତି ସହପ୍ରତି ଋତ୍ୱିକ, ରମେଶ ମିଶ୍ର ଯାଜକ,ବିଜୟ କୁ ସାମନ୍ତରାୟ,ସମର ଭାଇ,ବୈଦ୍ୟନାଥ ସାହୁ ଅଧୁର୍ଯ୍ୟ କର୍ମୀ, ଡମ୍ୱରୁଧର ସାମନ୍ତରା ଅଧୁର୍ଯ୍ୟ କର୍ମୀ ପବିତ୍ର ଉତରକବାଟ ଯାଜକ କର୍ମୀ, ଭିକାରୀ ପାତ୍ର ସହ ପ୍ରତି ଋତ୍ୱିକ ପ୍ରବୋଧ କୁମାର ବିଶ୍ୱାଳ ଅଧୁର୍ଯ୍ୟ କର୍ମୀ, ବହୁ ସ୍ୱସ୍ତୟନିକର୍ମୀ ସମେତ ବାଣପୁର ବାଲୁଗାଁ, ଟାଙ୍ଗୀ,ଚାନ୍ଦପୁର, ନାଚୁଣୀ ଗମ୍ଭାରୀମୁଣ୍ଡା ରୁ ବହୁ 3000ରୁ ଉର୍ଦ୍ଧ ଯାଜକ କର୍ମୀ ସତସଙ୍ଗ ରେ ଭାଗ ନେଇଥିଲେ ଓ ଆନନ୍ଦ ବଜ଼ାର ରେ ପ୍ରସାଦ ସେବନ କରିଥିଲେ


© 2023 Odisha Taza News.