No Result
View All Result
୧୪ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ) କଟକ ସଦର :- ୪୨ ମୌଜା,ଦଧିବାମନପୁର ସ୍ଥିତ ଏ. କେ.ବିଦ୍ଯାମନ୍ଦିର ରେ ମହା ଆଡମ୍ବର ରେ ଶିଶୁ ଦିବସ ମହା ଆଡମ୍ବର ରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କଟକ ସଦର ଚେୟାର ମ୍ୟାନ ଶ୍ରୀମତୀ ଅମ୍ବିକା ପାତ୍ର ମୁଖ୍ୟ ଅତିଥି ଭାବରେ, ଦଧିବାମନ ପୁର ପଂଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବିଦ୍ୟାଧର ପାତ୍ର ମୁଖ୍ୟବକ୍ତା, ଗ୍ରାମର ମୁଖିଆ ଶ୍ରୀ କୃଷ୍ଣ ଚନ୍ଦ୍ର ଦଶ, ଏବଂ ଅଭିଭାବକ ମାନଙ୍କ ପ୍ରତିନିଧି ଭାବରେ ଶ୍ରୀ ଯୁକ୍ତ ପର୍ଶୁରାମ ବେହେରା ମହୋଦୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l
ଏହି ଅବସରରେ ସ୍କୁଲ ର ପ୍ରିନସିପାଲ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ସହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରତିଷ୍ଠାତା ଡ. ଏ. କେ. ଖିଲ୍ଲାର ଶିଶୁଦିବସ ଉତ୍ସବ ପାଳନ ର ଆଭିମୁଖ୍ୟ ଉପସ୍ଥାପନା କରିବା ସହିତ ସଭା ପରିଚାଳନା କରିଥିଲେ l ଏହି ଉତ୍ସବ ରେ ସ୍କୁଲ ର କୁନି କୁନି ଛାତ୍ରଛାତ୍ରୀ ,ଶିକ୍ଷକ,ଶିକ୍ଷୟତ୍ରୀ ମାନେ ଅଂଶ ଗ୍ରହଣ କରି ଅଭିଭାବକ ମାନଂକୁ ମନ୍ତ୍ର ମୁଗ୍ଧ କରାଇଥିଲେ ପରିଶେଷରେ ସ୍କୁଲ ର ଚେୟାର ମ୍ୟାନ ଡ.ଚନ୍ଦନା ବେହେରା ସ୍ୱାଗତ ଭାଷଣ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ସ୍କୁଲ ପ୍ରଶାସକ ଶ୍ରୀ କ୍ଷେତ୍ରମୋହନ ସେନାପତି, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ପରିଚାଳନା କରିଥିଲେ ।

No Result
View All Result