୧୪ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ) ଖୋର୍ଦ୍ଧା-ଜଟଣୀ :- ଡିଭିଜନାଲ ରେଲୱେ ହସପିଟାଲ,ଖୋର୍ଦ୍ଧାରୋଡ୍ ଦ୍ୱାରା ଆଜି ୧୪.୧୧.୨୦୨୨ରେ“ବିଶ୍ୱ ମଧୁମେହ ଦିବସ”ପାଳନ କରାଯାଇଥିଲା,ଯାହାର ବିଷୟ ବସ୍ତୁ ରହିଥିଲା “ମଧୁମେହ ଶିକ୍ଷା ପାଖରେ ପହଞ୍ଚିବା”ଏହି ଦିବସ ପାଳନ ସମୟରେ ଡାକ୍ତର, ପାରାମେଡିକାଲ୍ କର୍ମଚାରୀ, ଡିଭିଜନାଲ ରେଲୱେ ହସ୍ପିଟାଲର କର୍ମଚାରୀ ଏବଂ ସ୍କାଉଟ୍ ଏବଂ ଗାଇଡ୍ ପିଲାମାନଙ୍କ ଦ୍ୱାରା ରେଲୱେ ହସ୍ପିଟାଲରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଏକ ରାଲି ଆୟୋଜନ କରାଯାଇଥିଲା, ଯେଉଁଥିରେ ଡାଇବେଟିସ୍ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା।
ଏହି ଉତ୍ସବର ଏକ ଅଂଶ ଭାବରେ ଖୋର୍ଦ୍ଧାରୋଡ୍ ଡିଭିଜନାଲ ରେଲୱେ ହସପିଟାଲରେ ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ରିଙ୍କେଶ ରୟ,ପୂର୍ବତଟ ରେଳ ମହିଳା କଲ୍ୟାଣ ସଂଗଠନର ସଭାପତି ଶ୍ରୀମତୀ ସୁଭଲକ୍ଷ୍ମୀ ଜେନା ଏକ “ମଧୁମେହ ପ୍ରଦର୍ଶନୀ” ଉଦ୍ଘାଟନ କରିଥିଲେ|ଏହି ପ୍ରଦର୍ଶନୀରେ ଡାଇବେଟିସ୍ ର ବିଭିନ୍ନ କାରଣ ଏବଂ ଡାଇବେଟିସ୍ ରୋକିବା ପାଇଁ ବିଭିନ୍ନ ପଦ୍ଧତି ଉପରେ ପ୍ରଦର୍ଶନି କରାଯାଇଥିଲା| ଜଟଣୀ ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟର ଫାର୍ମାସି ବିଭାଗ ସହିତ ମିଳିତ ଭାବରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା |
ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା),ଶ୍ରୀ ଅଶୋକ କୁମାର,ସମସ୍ତ ଡାକ୍ତର, ସମସ୍ତ ଶାଖା ଅଧିକାରୀ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରକ୍ତ ଶର୍କରା,ରକ୍ତ ଚାପ ଏବଂ ବଡି ମାସ ଇଣ୍ଡେକ୍ସ (ବିଏମ୍ଆଇ)ପରୀକ୍ଷା କରିବା ପାଇଁ ଡିଭିଜନାଲ ରେଲୱେ ହସ୍ପିଟାଲରେ ଗୋଟିଏ ଅଲଗା କାଉଣ୍ଟର ଖୋଲାଯାଇଥିଲା | ମଧୁମେହ ଦିବସ ପାଳନ ସମୟରେ ସମସ୍ତଙ୍କର ସକ୍ରିୟ ଅଂଶଗ୍ରହଣ ପାଇଁ ଅଧିକାରୀ,କର୍ମଚାରୀ ଏବଂ ଡାକ୍ତରଖାନାରେ ଉପସ୍ଥିତ ରୋଗୀଙ୍କ ପାଇଁ ମଧୁମେହ ଉପରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଖୋର୍ଦ୍ଧାରୋଡ୍ ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସିଏମ୍ଏସ୍),ଡଃ ଏସ୍.ସି.ପ୍ରଧାନଙ୍କ ତତ୍ୱାବଧାନରେ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଗୁଡିକ ଖୋର୍ଦ୍ଧାରୋଡ୍ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ)ଡଃ ପି.କେ.ଦାଶ ଙ୍କ ଦ୍ୱାରା ସଂଯୋଜନା କରାଯାଇଥିଲା।
© 2023 Odisha Taza News.