
୧୪ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ) ପଦ୍ମପୁର :- ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ସ୍ମୃତି ସୌରଭ ବଳିୟାର ସିଂଙ୍କ ପତ୍ନୀ ବର୍ଷାରାଣୀ ବରିହାଙ୍କୁ ଦଳ ପ୍ରାର୍ଥୀ କରିଛି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ହେଉଛନ୍ତି ବର୍ଷାରାଣୀ ।
ସେ ଇତିହାସ ବିଷୟରେ ସ୍ନାତକୋତ୍ତର କରିଛନ୍ତି । ଏହାଛଡ଼ା ବେଙ୍ଗାଲୁରୁରେ ଆଇନରେ ସ୍ନାତକ କରିଛନ୍ତି ବର୍ଷାରାଣୀ ବରିହା । ସୂଚନାଯୋଗ୍ୟ ଯେ, ଦିବଙ୍ଗତ ପଦ୍ମପୁର ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବାରିହାଙ୍କ ମୃତ୍ୟୁ ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେଉଅଛି 

© 2023 Odisha Taza News.