ଏସଡିପିଓ ବାଣପୁର, ବାଲୁଗାଁ, ଟାଙ୍ଗୀ ଏବଂ ନିରାକାରପୁର ଥାନାଧିକାରୀଙ୍କୁ ଏପରି ନିର୍ଦେଶ ଦେଇଛନ୍ତି l

ବିନା ଅନୁମତି ପତ୍ରରେ ବେଆଇନ ଭାବେ ଉଚ୍ଚ ଶବ୍ଦରେ ଡିଜେ ବଜାଉଛନ୍ତି ଜନସାଧାରଣ ମାନେ । ଯାହାଦ୍ୱାରା ବୟସ ବ୍ୟକ୍ତି, ହୃଦରୋଗୀ, ଛୋଟ ଶିଶୁମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

୧୧ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ) ଚିଲିକା :- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ସବଡିଭିଜନ ଅଧୀନରେ ଆସୁଥିବା ଚାରି ଗୋଟି ଥାନା ଅଞ୍ଚଳରେ ବ୍ୟାନ ହୋଇଛି ଡିଜେ । ସୂଚନା ଥାଉ କି ବାରମ୍ବାର ପୋଲିସର ଅନୁରୋଧ ସତ୍ବେ ବାଲୁଗାଁ ପୋଲିସ ସବଡିଭିଜନ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ବିଳମ୍ବିତ ରାତ୍ରି ଯାଏଁ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବାର ଅଭିଯୋଗ ହେଉଛି ।ନିକଟରେ ମଧ୍ୟ ଏସଡିପିଙ୍କ ନିର୍ଦେଶକ୍ରମେ ଚଳିତ ବର୍ଷ ଗଣେଶ ପୂଜା ଭସାଣି ସମୟରେ ଉଭୟ ବାଣପୁର ଓ ବାଲୁଗାଁ ପୋଲିସ ଏକାଧିକ ଡିଜେ ଗାଡ଼ି ଜବତ କରିଥିଲା । ତଥାପି ଉପଜିଲ୍ଲାପାଳଙ୍କ ବିନା ଅନୁମତି ପତ୍ରରେ ବେଆଇନ ଭାବେ ଉଚ୍ଚ ଶବ୍ଦରେ ଡିଜେ ବଜାଉଛନ୍ତି ଜନସାଧାରଣ ମାନେ । ଯାହାଦ୍ୱାରା ବୟସ ବ୍ୟକ୍ତି, ହୃଦରୋଗୀ, ଛୋଟ ଶିଶୁମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
[gallery ids="89963,89964,89965"]
ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ଥାନା ଅଞ୍ଚଳରୁ ସମାନ ଅଭିଯୋଗ ଆସିବାପରେ ଆଜି ଏସଡିପିଓ ବାଣପୁର, ବାଲୁଗାଁ, ଟାଙ୍ଗୀ ଏବଂ ନିରାକାରପୁର ଥାନାଧିକାରୀଙ୍କୁ ଏପରି ନିର୍ଦେଶ ଦେଇଛନ୍ତି l ଯଦି ଉକ୍ତ ନିର୍ଦେଶନାମା ରେ ଖିଲାପ ହୁଏ ତେବେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀ ବାରିକ କହିଛନ୍ତି ।