
ଓଡ଼ିଶା ତାଜା ନ୍ୟୁଜ (୦୯ ନଭେମ୍ବର ବୁଧବାର ) ରାୟଗଡ :- ଗଜପତି ,ରାୟଗଡ ବ୍ଲକର ପୂର୍ବତନ ଅଧ୍ୟକ୍ଷ ନବକିଶୋର ଶବରଙ୍କ ମାତା ତଥା ରାୟଗଡ଼ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପୁଷ୍ପକେଶି ଶବରଙ୍କ ମଙ୍ଗଳବାର ଅପରାହ୍ନ ୪.୩୦ ଘଣ୍ଟା ସମୟରେ ରାୟଗଡ ସ୍ଥିତ ବାସଭବନରେ ପରଲୋକ ହୋଇଛି । ଶ୍ରୀମତି ଶବର ରାୟଗଡ ସରପଞ୍ଚ ଭାବେ ଦୁଇ ଯୋଜନା ନିଜର ଦାୟିତ୍ଵ ସୁଚାରୁ ରୂପେ ତୁଲାଇଥିଲେ ଓ ଜଣେ ଧର୍ମ ପରାୟଣ ପରୋଉପକାରୀ ମହିଳା ଭାବେ ବେଶ ପରିଚିତ ଥିଲ, ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ହୋଇଥିଲା । ଶ୍ରୀମତୀ ଶବରଙ୍କ ବହୁବର୍ଷ ହେବ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେ ଶଯ୍ୟାଶାୟୀ ଥିଲେ ଓ ନିଜ ବାସ ଭବନରେ ଚିକିତ୍ସିତ ହେଉଥିଲେ । ତାଙ୍କ ପାଞ୍ଚ ପୁଅ ଓ ଗୋଟଏ ଝିଅ । ମୃତ୍ୟୁ ଶଯ୍ୟା ନିକଟରେ ପୁଅ ଛବିଲାଲ ଶବର, ଜୋତି ପ୍ରଭା ଲାଲ୍ ଶବର, ଦୀପ୍ତି ପ୍ରଭା ଲାଲ୍ ଶବର, କୈଳାସ ଚନ୍ଦ୍ର ଶବର, ନବକିଶୋର ଶବର ଓ ବହୂ ନାତି ନାତୁଣୀ ଉପସ୍ଥିତ ଥିଲେ ।
ଶେଷ ଦର୍ଶନ କରିବା ନିମନ୍ତେ ଆଖ ପାଖ ଅଞ୍ଚଳରୁ ପ୍ରଦୀପ କୁମାର ବିଷୋୟୀ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ, କୃଷ୍ଣ ଚନ୍ଦ୍ର ସାହୁ ପୂର୍ବତନ ସମିତିସଭ୍ୟ,ମାଣିକ ଶବର ପୂର୍ବତନ ସରପଞ୍ଚ, କୋରା ଦଳାଇ,ନୀଳାଞ୍ଚଳ ଗୌଡ଼ ୱାଡ ସଭ୍ୟ, ସରପଞ୍ଚ ସୁଷମା ଶବର ଜି.ଶୋଭାରାଣୀ ସମିତିସଭ୍ୟା,ଦୁର୍ଗା ପ୍ରସାଦ ସୁବୁଦ୍ଧି ସମ୍ବାଦ ବ୍ଲକ ପତିନିଧି, ସଂଜୀବ କୁମାର ପାଣି ଓଡିଶା ଭାସ୍କର ଏନୋଶ ସ୍ୱାଲସିଂଉପାନ୍ତ ଓଡିଶା ବ୍ଲକ ପ୍ରତିନିଧି ,କୈଳାଶ ଚନ୍ଦ୍ର ସ୍ୱାଲସିଂ କଳିଙ୍ଗ ସମାଜ ବ୍ଲକ ପ୍ରତିନିଧି, ବିଜୟ ଗୌଡ଼ ଅନୁପମ ଭାରତ ଜିଲ୍ଲା ପ୍ରତିନିଧି, ଜିତେନ୍ଦ୍ର କୁମାର ପାତ୍ର ସମାଜ ବ୍ଲକ ପ୍ରତିନିଧି ମାର୍ଦରାଜ ପାଇକ, ରାଜେନ୍ଦ୍ର ବେହେରା, ରବିନଚନ୍ଦ୍ର ବେହେରା, ଶତା ଧିକ ବିଶିଷ୍ଟ ବ୍ୟକ୍ତି ପହଂଚି ଶୋକ ସନ୍ତାପ ପରିବାରଙ୍କୁ ସମବେଦନା ଜଣାଇଥିଲେ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି କ୍ଷ ବି ଭିନ୍ନ ମହଲରୁ ଶୋକସନ୍ତାପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନାର ସୁଅ ଛୁଟିବାରେ ଲାଗିଛି ।

© 2023 Odisha Taza News.