No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ଶୁକ୍ରବାର ) ଭୁବନେଶ୍ୱର :- ସବୁ ରାଜଧାନୀରେ ରହିଛି ହାଇକୋର୍ଟ । ଅଥଚ ଓଡ଼ିଶାରେ ତାହା ନାହିଁ । ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ନେଇ ଆଜି ଭୁବନେଶ୍ୱର ଓକିଲମାନଙ୍କ ଦ୍ୱାରା ଆନେ୍ଦାଳନ କରାଯାଇଥିଲା । କୋର୍ଟର ମୁଖ୍ୟ ଫାଟକ ନିକଟରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିବାଦ କରି ଓକିଲମାନେ ଧାରଣା ଦେଇଥିଲେ । ୨୦୧୩ମସିହାରୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିମାସ ଶେଷ ଶୁକ୍ରବାର ଏଥି ପାଇଁ ଆନେ୍ଦାଳନ କରାଯାଉଛି । ଭୁବନେଶ୍ୱରରେ ହାଇକୋର୍ଟ ସ୍ଥାପନ ହେଲେ ବହୁ ଆଇନଜୀବୀ ଓ ଜନସାଧାରଣ ଉପକୃତ ହେବେ । ଏହି ଶାନ୍ତି ପୂଣ୍ଣ ଧାରଣାରେ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ସଂଘର ସଭାପତି ରବି ନାରାୟଣ ସାମନ୍ତରାୟ, ଉପସଭାପତି ଅଭୁମନୁ୍ୟ ସ୍ୱାଇଁ, ସମ୍ପାଦକ ରାଜ୍ କିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା, ସହ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷ ଦିବାକର ମିଶ୍ର, ଚିତ୍ରସେନ ଶ୍ରୀଚନ୍ଦନ, କୁଳଦିପ ରାଉତରାୟ, ଅନୋଜ କୁମାର ନାୟକ, ଶିଳଭଦ୍ର ଶାତ୍ସୀ, ଡ. ଲିଙ୍ଗରାଜ ସାହୁ, ଉପେନ୍ଦ୍ର ସାମନ୍ତରାୟ, ସରୋଜ ସାହୁ ଓ ଯୁବ ଆଇନଜୀବୀମାନେ ସାମିଲ ହୋଇଥିଲେ ।
No Result
View All Result