No Result
View All Result
୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଟଙ୍କାର ହଜାର ହଜାର ସମର୍ଥକ ଙ୍କ ସହ ସକାଳ ୧୦ ଟା ରୁ ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁ ଲିଙ୍ଗରାଜ ଙ୍କ ଦର୍ଶନ ଆଶୀର୍ବାଦଉ ନେଇ ବଢେଇ ବାଙ୍କ ଛକ ତିନିମୁଣ୍ଡିଆ ଛକ, ଗୋଷାଗରେଶ୍ଵର୍ ଛକ , ମାଉସୀମା ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ନିଜ ସମର୍ଥକଙ୍କ ସହ ଚାଲି ଚାଲି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା ବେଳେ ପୁରୁଣା ଭୁବନେଶ୍ୱର ବାସି,

ସମସ୍ତ ନିଯୋଗର କର୍ମକର୍ତ୍ତା ମାନେ ସ୍ଵାଗତ ଜଣାଇ ଥିଲେ ।ଏହି ଶୋଭାଯାତ୍ରାରେ ପ୍ରଚଣ୍ଡ ଖରାକୁ ଦୃଷ୍ଟି ରଖି ବିଭିନ୍ନ ସ୍ଥାନରେ ସମର୍ଥକ ପାଇଁ ପ୍ରଚୁର ପରିମାଣରେ ପାଣି ,ଦହି,ପାଣି ସ୍ପ୍ରେ, ଆଦି ବ୍ୟବସ୍ଥା କରାଯାଇଥିଲା , ଶୋଭାଯାତ୍ରାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ ଦଳ ର କାର୍ଯ୍ୟକ୍ରମରେ ସମର୍ଥକମାନେ ନାଚି ବେଶ୍ ମଶୁଲେରେ ଦେଖିବାକୁ ମିଳିଥିଲା ।

ଏହି ଅବସରରେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ,ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ବହୁ କର୍ପୋରେଟର, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ,ସମିତି ସଭ୍ୟ ଏବଂ ଦଳର ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ।

No Result
View All Result