ପ୍ରଭୁପାଦଙ୍କ ନୂଆ ଗୀତ – ‘ପୁନେଇଁ ଜହ୍ନ’

ଜେମା କ୍ରିଏସନ ୱାର୍ଲଡ଼ ତରଫରୁ ପୁଣି ଏକ ମ୍ୟୁଜିକ ଆଲବମ ଗୀତ ପ୍ରଭୁପାଦଙ୍କ ନୂଆ ଗୀତ ‘ପୁନେଇଁ ଜହ୍ନ’ ରିଲିଜ ହୋଇଛି ।

ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ଶୁକ୍ରବାର ) ଭୁବନେଶ୍ୱର :- ଜେମା କ୍ରିଏସନ ୱାର୍ଲଡ଼ ତରଫରୁ ପୁଣି ଏକ ମ୍ୟୁଜିକ ଆଲବମ ଗୀତ ରିଲିଜ ହୋଇଛି । ଇଣ୍ଡିଆନ ଆଇଡଲ ର ପ୍ରତିଯୋଗୀ ପ୍ରଭୁପାଦ ଏହି ଗୀତର କଣ୍ଠ ଦାନ କରିଛନ୍ତି । ଯୁବ ପିଢିଙ୍କ ଭିତରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି ଏହି ଗୀତ ରିଲିଜ ପରେ ।ସ୍ୱାଗତ ପାତ୍ରଙ୍କ ନିର୍ଦ୍ଦେଶନାରେ ନବାଗତ ଅର୍ଜୁନ ଓ ପ୍ରିୟଙ୍କା ଅଭିନୟ କରିଛନ୍ତି । ଜେମା କ୍ରିଏସନର ଏହା ୨୫ ତମ ଗୀତ । ଏହି ଗୀତ ପୂର୍ବରୁ ଅନେକ ଭଜନ ତଥା ରାଜନୈତିକ ଗୀତ ପୂର୍ବରୁ ମନ ମୋହିଛି ।