ଓଡ଼ିଶା ତାଜା ନ୍ୟୁଜ (୨୭ ଅକ୍ଟୋବର, ଗୁରୁବାର ) କଟକ :- କଟକ ହାଇକୋର୍ଟର ବାର୍ ଆସୋସିଏସନ୍ ସାଧାରଣ ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଉକ୍ତ ବୈଠକରେ ଆଜି(ଗୁରୁବାର) ଦିନକ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ବର୍ଜନ କରାଯାଇଛି । ବାର୍ ଆସୋସିଏସନ୍ ସାଧାରଣ ପରିଷଦ ସଂଘର ସଭାପତି ତଥା ବରିଷ୍ଠ ଆଇନଜୀବୀ କାଳୀ ପ୍ରସନ୍ନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ବାର୍ ଆସୋସିଏସନ୍ ହଲ୍ ରେ ବୈଠକ ଟି ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ପୁର୍ବରୁ ବାର୍ ପକ୍ଷରୁ ଯାଇଥିବା ତିନୋଟି ରିଜୋଲ୍ୟୁସନ ଉପରେ ମୁଖ୍ୟ ବିଚାରପତି କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା ଏବଂ ପରେ ଉକ୍ତ କାରଣରୁ ଗୁରୁବାର ଆସୋସିଏସନ ପକ୍ଷରୁ ପ୍ରତ୍ୟେକ୍ଷ ଭାବେ ଓ ଭର୍ଚୁଆଲ ମୋଡ୍ ରେ ମୁଖ୍ୟବିଚାରପତିଙ୍କ କୋର୍ଟ କୁ ବର୍ଜନ କରାଯାଇଛି । ଫଳରେ ଆଜି ଗୁରୁବାର ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ କୋର୍ଟ ବର୍ଜନ କରାଯାଇଛି ।















