No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଅକ୍ଟୋବର, ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କନଫେରେନ୍ସ ହଲ ଠାରେ ବିଶ୍ୱ ଆୟୋଡିନ ଅଭାବ ବ୍ୟାଧି ନିରାକରଣ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ରଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଡିପିଏଚଓ ଡକ୍ଟରଏମ୍ ଏମ୍ ଅଲ୍ଲୀ , ଏଡିପିଏଚଓ ଡକ୍ଟର ଆନନ୍ଦ ସାମନ୍ତ ରାୟ ,

ଖାଦ୍ୟ ସୁରକ୍ଷା ଅଧିକାରିଣୀ ଡକ୍ଟର ତାପସ୍ୱିନୀ ବେହେରା, ନେତ୍ରାନନ୍ଦ ଶତପଥୀ, ସୁଫଳା ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ଆୟୋଡିନ ଅଭାବ ଜନିତ ବ୍ୟାଧି , ଆୟୋଡିନ ବ୍ୟବହାର, ଆୟୋଡିନ ଲୁଣ ବ୍ୟବହାର ସମ୍ପର୍କରେ ସଚେତନତା କରିଥିଲେ । ଏହା କିପରି ନିରାକରଣ କରାଯାଇ ପାରିବ ତା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏ ଏନ ଏମ୍ ଆଶା ଦିଦି ଆୟୋଡିନ ବ୍ୟବହାର କରିବାକୁ ସଚେତନତା କରିଥିଲେ ।


No Result
View All Result