No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ରବିବାର ) ଭୁବନେଶ୍ୱର :- ଆଲୋକର ପର୍ବ ନିଜ ଜୀବନ ସବୁଠାରୁ ବଡ଼ ଉତ୍ସବ ଏବଂ ପ୍ରିୟଜନଙ୍କ ସହିତ ପୁନଃସଂଯୋଗ ହେବାର ସୁଯୋଗ ଆଣିଥାଏ । ଏହି ସମୟରେ ଆମେ ନିଜ ପ୍ରିୟଜନଙ୍କୁ ଭେଟିବା ସହ କିଛି ମିଠା ଉପହାର ମଧ୍ୟ ଦେଇଥାଉ । ଚଳିତ ବର୍ଷ ଆଲୋକର ଏହି ପର୍ବକୁ ଆମେ ମଠା ପରିବର୍ତ୍ତେ ଆଲମଣ୍ଡର ଉପହାର ଦେଇ ନିଜ ପ୍ରିୟଜନଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା । ଆଲମଣ୍ଡରେ ରହିଛି ଭିଟାମିନ୍-ଇ, ଫାଇବର, ପ୍ରୋଟିନ୍, ମେଙ୍ଗାନିଜ୍ ଓ ୧୫ଟି ପୋଷକ ତତ୍ତ୍ୱର ଉତ୍ସ । ନିୟମିତ ଆଲମଣ୍ଡ ସେବନ ଦ୍ୱାରା ହୃଦୟ ସ୍ୱାସ୍ଥ୍ୟ, ମଧୁମେୟ, ଚର୍ମ ସ୍ୱାସ୍ଥ୍ୟ ଏବଂ ଓଜନ ପରିଚାଳନା ସହିତ ବିଭିନ୍ନ କ୍ଷେତ୍ରରେ ଲାଭ ଦେଇପାରେ ବୋଲି ଅନେକ ବୈଜ୍ଞାନିକ ଅନୁସନ୍ଧାନ ଦର୍ଶାଇଛି ।
ଏହି ଅବସରରେ ଏହା ଉପରେ ନିଜ ମତଦେଇ ଆଞ୍ଚଳିକ ମୁଖ୍ୟ-ଡାଇଟେଟିକ୍ସ, ମେକ୍ସ ହେଲଥକେୟର- ଦିଲ୍ଲୀ, ରୀତିକା ସମଦ୍ଦାର କହିଥିଲେ,“ଦୀପାବଳିର ଏହି ପର୍ବରେ ଆମେ ନିଜ ପୋଷାକ ସହିତ ଖାଦ୍ୟ ପ୍ରତି ମଧ୍ୟ ବହୁତ ଧ୍ୟାନ ଦେଇଥାଉ । ବର୍ତ୍ତମାନ ସମୟରେ ବଢୁଥିବା ରୋଗର ସମସ୍ୟା ପାଇଁ ଆମେ ନିଜ ପ୍ରିୟଜନଙ୍କୁ ଫଳ ସହ ଆଲମଣ୍ଡର ଉପହାର ଦେବା ବହୁତ ଲାଭ ଦାୟକ । ଆଲମଣ୍ଡକୁ ଆମେ ସୁଖିଲା, ଭଜା କିମ୍ବା ଲୁଣିଆ କରି ଗ୍ରହଣ କରିପାରିବା । ଦୀପାବଳିରେ ସତେଜ ରହିବା ପାଇଁ ଆଲମଣ୍ଡ ଏକ ଉତ୍ତମ ସ୍ୱାସ୍ଥ୍ୟର ଉତ୍ସ ଅଟେ ।”

No Result
View All Result