ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ରବିବାର ) ବୈପାରିଗୁଡା :- ଆଉ ଦିନକ ପରେ ଆଲୋକର ପର୍ବ ଦିପାବଳି । ଏଥିପାଇଁ ଚଳଚଂଚଳ ଗାଁ ଠାରୁ ବୈପାରିଗୁଡା ସହର । ଦୁଇବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳୀକୁ ସହରବାସୀ ବଡ ଧୁମଧାମ୍ରେ ସହ ପାଳନ କରିବାକୁ ଚାହିଁ ବସିଛନ୍ତି । ଏଥର ବାଣ ଫୁଟାଇବାକୁ ଅନୁମତି ଥିବାରୁ ଆତସବାଜିରେ ପ୍ରକମ୍ପିତ ହେବ ବୈପାରିଗୁଡା ବ୍ଲକ । ବୈପାରିଗୁଡାର ପଶ୍ଚିମଶ୍ୱେର ମନ୍ଦିର ପାଖରେ ୪ ଟି ବାଣ ଦୋକାନ ଖୋଲିଥିବା ବେଳେ ଏବେ ଠାରୁ ହିଁ ଗାଁ ଗହଳିର ଲୋକେ ବାଣ କିଣିବା ବୈପାରିଗୁଡା ଆସୁଥିବାର ଦେଖାଯାଇଛି ।
ଜୟପୁର ଓ ମାଲକାନଗିରି ଯିବା ଲୋକ ମାନେ ମଧ୍ୟ ବାଣ କିଣିବା ପାଇଁ ବାଣ ଦୋକାନ ଠାରେ ଭିଡ ଜମାଇ ବିଭିନ୍ନ ପ୍ରକାର ବାଣ କିଣି ଘରକୁ ନେଉଛନ୍ତି । ତେବେ କରୋନା ପର ଠାରୁ ବାଣ ଦର ଆକାଶଛୁଆଁ ହୋଇଛି । ବାଣ ଦର ବୃଦ୍ଧି ପାରିଥିଲେ ମଧ୍ୟ ଲୋକେ କରୋନା କାଳ ଭିତରେ ଯେଉଁ ଦୁଇ ବର୍ଷ ଆଲୋକର ପର୍ବ ଦୀପାବଳୀ ଉତ୍ସବକୁ ପାଳନ କରିନାହାନ୍ତି କିମ୍ବା ମଜା ନେଇ ପାରିନଥିବାରୁ ଆକାଶଛୁଆଁ ବାଣ ଦରକୁ କ୍ଷାତି ମଧ୍ୟ କରୁନଥିବାର ଦେଖାଯାଇଛି । ଯେଉଁ ବାଣ ଗତଥର ୧୦୦ ଟଙ୍କା ଥିଲା ତାହା ଏଥର ୧୫ହ ଟଙ୍କାକୁ ଛୁଇଁଛି ।















