ଇଟାମାଟି ରେ ପାଳନ ହେଉଥିବା : ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ – ପୂର୍ଣ୍ଣାହୂତି

ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ରବିବାର ) ଇଟାମାଟି :- ଗତ 9 ଦିନ ଧରି ଇଟାମାଟି ରେ ପାଳନ ହେଉଥିବା ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ଆଜି ପୂର୍ଣ୍ଣାହୂତି ଦିବସ ରେ ପନ୍ଦର ହଜାର ରୁ ଉର୍ଦ୍ଧ ସାଧାରଣ ଜନତା ଉପସ୍ଥିତ ରେ ମହାସମାଗମ ଅନୁଷ୍ଠିତ ହୋଇଯାଇଛି | ଗତ 9 ଦିନ ଧରି ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ରାମଚରିତ ମାନସ ପଠନ, ବିଭିନ୍ନ ସାହି ମାନଙ୍କ ଦ୍ୱାରା ରାମଲିଳା ପ୍ରଦର୍ଶନ, ବିଭିନ୍ନ ଦାତା ଙ୍କ ଦ୍ୱାରା ବାଳକ ଭୋଜି ଓ ସୁନାମ ଧନ୍ୟ ବକ୍ତା ଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | +2 କଲେଜ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସକ୍ରିୟ ସହଯୋଗ ରେ ସମ୍ପାଦିତ ହୋଇଥିଲା | ଇଟାମାଟି ର ପ୍ରତ୍ୟେକ ଗ୍ରାମ ବାସୀ ଓ ଆଖପାଖ ଗ୍ରାମ ବାସୀ ଙ୍କ ସହଯୋଗ ରେ ଏ ବର୍ଷ ଏହି କାର୍ଯ୍ୟକ୍ରମ ଲୋକ ମାନଙ୍କ ର ଶ୍ରଦ୍ଧା ଭାଜନ ହୋଇପାରିଥିଲେ | ଏଥିରେ ମାନ୍ୟବର ବିଧାୟକ ଡ଼. ଅରୁଣ କୁମାର ସାହୁ ଯୋଗ ଦେଇ ଉତ୍ସାହିତ କରିଥିଲେ | ଶ୍ରୀରାମ କୃପା ପରିଷଦ ଇଟାମାଟି ର ସଭାପତି କ୍ରିଷ୍ଣା କୁମାର ଅଗ୍ରୱାଲ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ, ସରପଞ୍ଚ ଶ୍ରୀମତୀ ସ୍ଵପ୍ନେଶ୍ଵରୀ ସେଠୀ,ସମିତି ସଭ୍ୟା ଶ୍ରୀମତୀ ଗୋଲାପ ରାଣୀ ସେଠୀ, ସମାଜ ସେବୀ ଭାଗିରଥି ବାଇ, ଶ୍ରବଣ ରାମ, ନବକିଶୋର ସାହୁ, ରବୀନ୍ଦ୍ର ନାଥ ପ୍ରଧାନ,ରାମ କ୍ରିଷ୍ଣା ଅଗ୍ରୱାଲ,କୃପା ସିନ୍ଧୁ ପ୍ରଧାନ, ସଚ୍ଚିଦାନନ୍ଦ ସାଥୁଆ, ଶ୍ୟାମ ସୁନ୍ଦର ପ୍ରଧାନ,କିଶୋର ଚଦ୍ର ନାୟକ, ବିଶ୍ୱନାଥ ମହାପାତ୍ର,ଦୀପକ ପଟ୍ଟନାୟକ ,ବାପି ଓ ଜଗା ସକ୍ରିୟ ସହଯୋଗ ରେ ଏହି କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହେଇଥିବା ରୁ ଗ୍ରାମ ବାସୀ ଙ୍କ ମଧ୍ୟ୍ୟରେ ଆନନ୍ଦ ପ୍ରକାଶ ପାଇଛି |