
ଓଡ଼ିଶା ତାଜା ନ୍ୟୁଜ (୧୬ ଅକ୍ଟୋବର ରବିବାର ) କଟକ :- ସାଢେ଼ ଚାରି କୋଟି ଓଡିଆଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳନ ପାଇଁ ବିଜୁ ଜନତା ଦଳ,କଟକ ସଦର ପକ୍ଷରୁ “ଜୀବନ ବିନ୍ଦୁ ଓଡ଼ିଶା,ମୋ ପରିବାର” ଆନୁକୁଲ୍ୟରେ ଏକ ବିଶାଳ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କଟକ ନୁଆବଜାର ସ୍ଥିତ ଦୁଲ୍ଲା ଦେଇ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଯାଇଅଛି । ଏହି ଅବସରରେ ଆଜି ଏଠାରେ ଜନସାଧାରଣଙ୍କ ମଧ୍ୟରେ ସ୍ଵେଚ୍ଛାକୃତ ରକ୍ତ ଦାନ ପାଇଁ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିବା ବେଳେ ଭିଡ ପରିଲକ୍ଷିତ ହୋଇଥିଲା ।
ଏହି ଶିବିର ପାଇଁ ୧୦ ଟି ରକ୍ତଦାନ ଶଯ୍ୟା ରହିଥିବାରୁ ଦୀର୍ଘ ସମୟ ଅପେକ୍ଷା ପାଇଁ ବହୁ ଯୁବକ ଯୁବତୀ ଫେରିଥିବାବେଳେ ମୋଟ ୬୩୬ ୟୁନିଟ ରକ୍ତ ସଂଗୃହୀତ ହୋଇଛି । କଟକ ସଦର ବିଧାୟକ ତଥା ପୂର୍ବତନ କ୍ରିଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜୀବନ ବିନ୍ଦୁ କଟକ ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ବିଶ୍ବାଳ ,କଟକ ମହାନଗର ନିଗମ ମେୟର ସୁବାସ ସିଂ,
କଟକ ସଦର ବିଜୁ ଜନତା ଦଳ ସଭାପତି ପ୍ରମୋଦ କୁମାର ମହାପାତ୍ର ,ବିଧାୟକଙ୍କ ପ୍ରତିନିଧି ତଥା ପୂର୍ବତନ ସଦର ବ୍ଲକ୍ Vice chairman ବିଭୂତି ଭୂଷଣ ପରିଡ଼ା , ମିଶନ ଶକ୍ତି ସଂଯୋଜକ ଶରତ ରାଏ,ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସୁଧୀର ଶତପଥି ଙ୍କ ସହିତ ବହୁ କର୍ମକର୍ତ୍ତା ଓ କର୍ମୀ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ ଓ ସହଯୋଗ କରିଥିଲେ।


© 2023 Odisha Taza News.