ଓଡିଶା ତାଜା ନ୍ୟୁଜ୍ (୩୦ ମଇ, ଶନିବାର ) ପୁରୀ : – ଭୁବନେଶ୍ୱର ଠାରେ ଓ ପୁରୀ ଠାରେ ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା । ପ୍ରଥମ ନିଷ୍ପତ୍ତି ହେଲା ଯେ କୌଣସି ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀ ମନ୍ଦିର ଖୋଲାଯାଇ ପାରିବ ନାହିଁ । ଶ୍ରୀମନ୍ଦିର ଭିତରେ ହିଁ ସ୍ନାନ ପୂର୍ଣ୍ଣିମା ପାଳନ କରାଯିବ । ସୀମିତ ସେବକ ଓ କିଛି ପ୍ରଶାସନିକ ଅଧିକାରୀଙ୍କୁ ଅନୁମତି ଦିଆଯିବ । ସିଧା ପ୍ରସାରଣ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ରଥଯାତ୍ରା ପାଇଁ ଆଜି ବୈଠକରେ ଆଲୋଚନା ହୋଇଛି । ବିଧି ଅନୁସାରେ ରଥଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଇଛି ।
ଯଦି ରାଜ୍ୟ ସରକାର ଅନୁମତି ଦେବେ ତେବେ ରଥଯାତ୍ରା ହୋଇପାରିବ । ତା ହେଲେ ଯାଇ ରଥଯାତ୍ରା ହୋଇପାରିବ । ଲକଡାଉନ ର ନୂଆ ନିୟମକୁ ଦେଖି ରାଜ୍ୟ ସରକାର ରଥଯାତ୍ରାକୁ ନେଇ ଯାହା ଅନୁମତି ଦେବେ ତାକୁ ପରିଚାଳନା କମିଟି ମାନିବ । ଲକ ଡ଼ାଉନ ନିୟମ ପରିବର୍ତ୍ତନ ହେଲେ ବି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯିବ । ଏଭଳି ପ୍ରସ୍ତାବ ଆଜି ପରିଚାଳନା କିମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ମହାପ୍ରଭୁଙ୍କ ବିଧି ବନ୍ଦ କରିବା ଅନୁଚିତ । ବିଧିକୁ ବନ୍ଦ କରାଯାଇପାରିବ ନାହିଁ । ରଥଯାତ୍ରା ହେବ କି ନାହିଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ପରିଚାଳନା କମିଟି କେବଳ ପ୍ରସ୍ତାବ ଦେଇଛି ଯଦି ରଥଯାତ୍ରା କରାଯାଏ କେମିତି ସୁରୁଖୁରୁରେ ଏହାକୁ କରାଯିବ ।
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com