ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ
ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର,ବୁଧବାର) ନୟାଗଡ଼ :- ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ଚାଲିଥିବା ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାନଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ଦଶପଲ୍ଲା ବ୍ଲକ କୁ ୨-୦ ଗୋଲ୍ ରେ ପରାସ୍ତ କରିଥିଲେ ଖଣ୍ଡପଡ଼ା ବ୍ଳକ । ଆଜିର କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ ଅଧ୍ୟକ୍ଷତା କରିଥିବାବେଳେ ଇଟାମାଟି ଶିକ୍ଷା ଓ ବୈଷୟିକ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥବା ବେଳେ
ସମ୍ମାନିତ ଅତିଥି ଭାବେ ବରିଷ୍ଠ କ୍ରିଡା ଶିକ୍ଷକ ସୁଧୀର କୁମାର ଦାସ, ଅତିରିକ୍ତ ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ, ନୟାଗଡ଼ର ପ୍ରଥମ ଶାରୀରିକ ଶିକ୍ଷା ପରିଦର୍ଶକ ପ୍ରଫୁଲ୍ଲ କୁମାର ସାହୁ ଯୋଗଦେଇଥିଲେ। ମଂଚ ଓ ଖେଳର ଉଦଘୋଷକ ଭାବେ ବିଶିଷ୍ଟ ଫୁଟବଲ ଖେଳାଳୀ ଅମିୟ ମୋହନ ସାହୁ ଙ୍କ ସହ ଖେଳ ପରିଚାଳନାରେ ସହଯୋଗ କରିଥିଲେ ଅନୀଲ୍ କୁମାର ଦାସ, ସନ୍ନ୍ୟାସୀ ପ୍ରଧାନ,ସମୀର କୁମାର ଖୁଣ୍ଟିଆ, ନୀଳକଣ୍ଠ ବେହେରା , ଦେବସ୍ମିତା ନାୟକ ।
ଲଗାତର ଭାବେ ବର୍ଷା ହେଉଥିଲେ ମଧ୍ୟ ଖେଳାଳୀ ଛାତ୍ରଙ୍କ ମଧ୍ୟରେ ପ୍ରତିଯୋଗିତା ବେଶ୍ ଚିତ୍ତାକର୍ଷକ ହୋଇଥିଲା।ଶେଷରେ ୨-୦ ଗୋଲ୍ ରେ ବିଜୟୀ ହୋଇଥିଲା ଖଣ୍ଡପଡ଼ା ବ୍ଳକ । ଆଜିର ଖେଳରେ ଆକର୍ଷଣୀୟ ପ୍ରଦର୍ଶନ ପାଇଁ ଖଣ୍ଡପଡ଼ା ବ୍ଳକର ଚନ୍ଦନ ସ୍ୱାଇଁଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ମୁଖ୍ୟଅତିଥି ସମ୍ମାନିତ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରୁ ନୟାଗଡ଼ ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରକାଶ ଚରଣ ଶାନ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଆଜିର ଖେଳ ପରିଚାଳନା ଆଶିଷ ପଟ୍ଟନାୟକ କରିଥିବା ବେଳେ ସହଯୋଗ କରିଥିଲେ ରମେଶ ଚନ୍ଦ୍ର ମାଝୀ,ପ୍ରସନ୍ନ କୁମାର ନାୟକ, ସୂର୍ଯ୍ୟକାନ୍ତ ଦଳବେହେରା । ନୟାଗଡର ୮ ଟି ବ୍ଲକ ମଧ୍ୟରେ ଅନୁଷ୍ଠିତ ହେଉଥିବା ଆନ୍ତଃବିଦ୍ୟାନଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲମ୍ୟାଚ ଆସନ୍ତା ୧୭ ତାରିଖ ଦିନ ଅନୁଷ୍ଠିତ ହେବ।


© 2023 Odisha Taza News.