
ଓଡ଼ିଶା ତାଜା ନ୍ୟୁଜ (୧୧ ଅକ୍ଟୋବର,ମଙ୍ଗଳବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାର ୮ ଟି ବ୍ଳକକୁ ନେଇ ଆନ୍ତଃବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ବ୍ଳକରୁ ୧୨୮ ଜଣ ପ୍ରତିଯୋଗୀ ଏବଂ ଜିଲ୍ଲାର ସମସ୍ତ କ୍ରିଡା ଶିକ୍ଷକ/ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ନୟାଗଡର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ସୁବାସ ଚନ୍ଦ୍ର ରାୟ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିବାବେଳେ ଉଦ୍ଘାଟନ ସମାରୋହରେ ଅଧ୍ୟକ୍ଷତା କରିଥିଲେ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ।
ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ଯୋଗଦେଇଥିଲେ, ବାମନ ଅବକାଶ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଏବଂ ନୟାଗଡର ଜିଲ୍ଲା ଶିକ୍ଷା କ୍ରିଡା ନିରୀକ୍ଷକ ପ୍ରକାଶ ଚରଣ ସାନ୍ତ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ।
ଉଦ୍ଘାଟନ ସମାରୋହର ପ୍ରଥମ ପ୍ରତିଯୋଗିତା ନୟାଗଡ଼ ବ୍ଳକ ଓ ଗଣିଆ ବ୍ଳକ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ନୟାଗଡ଼ ବ୍ଳକ ୪-୦ ଗୋଲରେ ବିଜୟୀ ହୋଇଥିଲା।ଆଜିର ଶ୍ରେଷ୍ଠ ଖେଳାଳୀ ନୟାଗଡ଼ ବ୍ଳକର ସୁରେଶ ମାଝୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପୁରସ୍କୃତ କରିଥିଲେ। ଆଜିର ମ୍ୟାଚକୁ ପରିଚାଳନା କରିଥିଲେ କୈଳାସ ଚନ୍ଦ୍ର ପ୍ରଧାନ,ସୂର୍ଯ୍ୟକାନ୍ତ ଦଳବେହେରା,ଆଶିଷ ପଟ୍ଟନାୟକ,ପ୍ରସନ୍ନ ନାୟକ। ଉଦ୍ଘାଟନ ସମାରୋହରେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ।ଏହି ଅବସରରେ ନୟାଗଡ଼ ଜିଲ୍ଲାର ୮ ଟି ବିଦ୍ୟାଳୟକୁ ଓସେପା ଦ୍ୱାରା ଫୁଟବଲ୍ ପ୍ରଦାନ କରାଯାଇଥିଲା।ଏହି ଟୁର୍ଣ୍ଣାମେଣ୍ଟର ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।


© 2023 Odisha Taza News.