ଓଡିଶା ତାଜା ନ୍ୟୁଜ୍ (୨୯ମେ ୨୦୨୦ ଶୁକ୍ରବାର) ନୟାଗଡ଼ :- ବିଶ୍ୱବ୍ୟାପୀ ମହାମାରୀ କରୋନାର ତାଣ୍ଡବରେ ଜନମାନସ ଭୟଭୀତ ଅବସ୍ଥାରେ ଥିବା ବେଳେ ନୟାଗଡ଼ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁଙ୍କ ନିରବଚ୍ଛିନ୍ନ ଓ ନିଷ୍ଠାପର ଉଦ୍ୟମ ନିଶ୍ଚିତ ଭାବରେ ପ୍ରଶଂସନୀୟ। ତାଙ୍କର ଦୃଢ ନେତୃତ୍ୱରେ ଜିଲ୍ଲାପ୍ରଶାସନ ଏବଂ ସବୁ ବର୍ଗର କରୋନା ଯୋଦ୍ଧାମାନେ ମହାମାରି ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବା ସହ ଆମ ରାଜ୍ୟରେ ପ୍ରଶଂସା ଭାଜନ ହୋଇପାରିଛନ୍ତି। ଏହି ପରିପ୍ରେକ୍ଷୀରେ ଇଟାମାଟି, ଶିକ୍ଷା ଓ ବୈଷୟିକ *ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁଙ୍କୁ ସାକ୍ଷାତକରି ମହାବିଦ୍ୟାଳୟ ତରଫରୁ କୃତଜ୍ଞତା ଜଣାଇବା ସହ ଅଧ୍ୟକ୍ଷ, ଅଧ୍ୟାପକ ଓ କର୍ମଚାରୀ କରିଥିବା ୨୫୦୦୦ ଟଙ୍କାର ଆର୍ଥିକ ସହ ଯୋଗ ଚେକ୍ ଆକାରରେ ଡ଼ଃ ଟୁଡୁଙ୍କୁ ପ୍ରଦାନ କରିଛନ୍ତି। (ରିପୋର୍ଟ ରାମକୃଷ୍ଣ ରଥ)
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com













