No Result
View All Result
ଓଡ଼ିଶା ତାଜା ନ୍ୟୁଜ (6 ତାରିଖ ଆଶ୍ୱିନ ୨୦୨୨,ଗୁରୁବାର) ଖୋର୍ଦ୍ଧା-ଜଟଣୀ :- ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଶହରା,ବିଜୟା ଦଶମୀ ଉପଲକ୍ଷେ ଜଟଣୀ ରାମଚନ୍ଦ୍ରପୁର ସ୍ଥିତ ଥାନାଛକ ଯାତ୍ରା ପଡିଆ ଠାରେ ଜଟଣୀର ଅଣ ରାଜନୈତିକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମମନ୍ଦିର ଆନୁକୂଲ୍ୟରେ ରାବଣ ପୋଡି ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଉପଦେଷ୍ଟା,ମାଡ୍ରାସ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧାରୀ ଗମାଙ୍ଗ ମହୋଦୟ ଯୋଗଦେଇ ପାରମ୍ପରିକ ଆଦିବାସୀ ବାଦ୍ୟ ପରିବେଶ କରିଥିଲେ।ଶ୍ରୀ ଗମାଙ୍ଗ ଙ୍କ ବାଦ୍ୟ ତାଳେ,ତାଳେ ତାଙ୍କ ଦ୍ୱାରା ପ୍ରସ୍ତୁତ କଳାକାର ଦଳ ଆଦିବାସୀ,ଛଉ ଓ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ l ଆଦିବାସୀ ନୃତ୍ୟ ତଥା ବନ୍ଦେ ଉତ୍କଳ ଜନନୀର ପରିବେଷଣ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା l
ପାଗ ଖରାପ ସତ୍ୱେ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଉପସ୍ଥିତିରେ ରାବଣ ପୋଡି କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ସ୍ମୃତି ପଟ୍ଟନାୟକ ତାଙ୍କର ଅଭିଭାଷଣରେ କାର୍ଯ୍ୟକ୍ରମର ଭୁରିୟସୀ ପ୍ରଶଂସା କରିଥିଲେ l ଭାରତୀୟ ତୈଳ ନିଗମର ନିର୍ଦେଶକ ସୁଦୀପ୍ତ ରାୟ ମହୋଦୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏହି ଅବସରରେ ଜଟଣୀର ବିଭିନ୍ନ ଗଣେଷ ପୂଜା କମିଟିର ସଭାପତି,ସମ୍ପାଦକଙ୍କ ସହ ସାମ୍ବାଦିକ ରବୀନ୍ଦ୍ର ମହାକୁଡ଼,ମହମ୍ମଦ ଇଫତେଖାର ଅଲ୍ଲୀ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ତରୀୟ ଓ ମାନ ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
ପରିଶେଷରେ ସୁଦୀପ୍ତ ରାୟ କାର୍ଯ୍ୟକ୍ରମ ସମାପନ ଅଭିଭାଷଣ ଦେଇ ବିଲୁପ୍ତ ହେବାକୁ ଯାଉଥିବା ପାରମ୍ପରିକ ବାଦ୍ୟ,ନୃତ୍ୟ ପରିବେଶଣକୁ ପ୍ରଶଂସା କରିବା ସହିତ ଲୋପ ପାଇବାକୁ ଯାଉଥିବା ପାରମ୍ପରିକ ସମର କଳା ଓ ଲୋକ କଳାକୁ ଉଦଯିବିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ପରେ ପରେ ଅନୁଷ୍ଠାନ ପକ୍ଷରୁ ଖେଚୁଡ଼ି ଭୋଗ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରଶାନ୍ତ ପ୍ରଧାନ,ମହେଶ ମିଶ୍ର,ମନୋଜ ମିଶ୍ର,ତିରୁପତି ଶତପଥି,ପ୍ରଦୀପ କୁମାର ଜେନା,ନାଗ ଭୂଷଣ ରାୟ, ଚିତ୍ତ ରଞ୍ଜନ ସୁନ୍ଦରରାୟ,ରଶ୍ମୀ ମୟୀ ପଟ୍ଟନାୟକ ଚିତ୍ତ ରଞ୍ଜନ ପ୍ରଧାନ ଓ ବିଜୟ କୁମାର ହରିଚନ୍ଦନ ପ୍ରମୁଖ ପରିଚାଳନା କରିଥିଲେ ।
No Result
View All Result