No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୪ ଅକ୍ଟୋବର ,ମଙ୍ଗଳବାର )ପାରଳାଖେମୁଣ୍ଡି :- ଦଶହରା ଅବସରରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ରାଜବଂଶ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପାଇକ ଆଖଡ଼ା ଗୁଡ଼ିକରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଇଛି । ଅଷ୍ଟମୀ ଠାରୁ ତିନି ଦିନ ଧରି ଆଖଡା ପୂଜା ହୁଏ ଶେଷ ଦିନରେ ମା’ ଦୁର୍ଗାଙ୍କୁ ପୂଜା କରି ଅସ୍ତ୍ରଶସ୍ତ୍ର ଆଖଡାରେ ରଖାଯାଏ ଏହି ପରିପ୍ରେକ୍ଷୀରେ ପିଲା ଠାରୁ ବୁଢ଼ା ଯାଏ ସଭିଏଁ ଅସ୍ତ୍ରଶସ୍ତ୍ର କୌଶଳ ପ୍ରଦର୍ଶନ କରିଥିଲେ । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଗଜପତି ରାଜବଂଶ ଶାସନ ସମୟରୁ ପ୍ରଚଳିତ ହୋଇ ଆସୁଥିବା ବହୁ ପୂରାତନ ପରମ୍ପରା ଏବେବି ସେଠାରେ ଦେଖିବାକୁ ମିଳିଛି l
No Result
View All Result