ଜାତୀୟ ରାଜପଥ କଣ ଅଳିଆଗଦା…?

ଓଡ଼ିଶା ତାଜା ନ୍ୟୁଜ (ଅକ୍ଟୋବର ,ସୋମବାର) ଭୁବନେଶ୍ୱର :- ରାଜଧାନୀ ଭୁବନେଶ୍ବର ଦଶହରାର ଓ ଶାରଦୀୟ ଧାର୍ମିକ ଭାବନାରେ ମସଗୁଲ ଥିବା ସମୟରେ କେହି ଦୁର୍ବୃତ୍ତ ଜତ ରାତିରେ ବସ୍ତାବସ୍ତା ପଚା ଚିଙ୍ଗୁଡି ଖୋଳପା ସି. ଆର୍. ପି. ଛକଠାରୁ ଫାୟାର ଷ୍ଟେସନ ଛକ ମଧ୍ୟବର୍ତ୍ତୀ ଫ୍ଲାଏ ଓଭର ରାସ୍ତାରେ ପକାଇ ଚାଲି ଯାଇଛି। ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଦୁର୍ଗାପୂଜାର ପବିତ୍ର ପରିବେଶକୁ ଜାଣିଶୁଣି ଅପବିତ୍ର କରିବା ଉଦ୍ଦେଶ୍ୟ କାହାର ଥିବାଭଳି ମନେହେଉଛି ।

ଫ୍ଲାଏ ଓଭର ଉପରେ ସିସିଟିଭି କ୍ୟାମେରା ଲାଗିଥିବାରୁ କମିଶନରେଟ ପୁଲିସ ଚେଷ୍ଟା କରିଲେ ଏହି ଦୁର୍ବୃତ୍ତକୁ ଧରି ପାରିବେ ହେଲେ କମିଶନରେଟ ପୋଲିସ ଓ ମହାନଗର ନିଗମର ଅଧକ୍ଷ ଏବେ ସୁଦ୍ଧା ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଯାହାଫଳରେବର୍ତ୍ତମାନ ଏହି ଉତ୍କଟ ଦୁର୍ଗନ୍ଧଯୁକ୍ତ ପଚା ଚିଙ୍ଗୁଡି ମୁଣ୍ଡବସ୍ତା ସବୁକୁ ପରିଷ୍କାର କରାଯିବା ଏକ ବଡ ପ୍ରଶ୍ନବାଚୀ ଭିତରକୁ ଆସୁଛି । ମହାନଗର ନିଗମ ଏବଂ ଏନ୍. ଏଚ୍. ଏ. ଆଇ ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ନାଗରିକ ସମାଜ ପକ୍ଷରୁ ଦାବୀ ହେଉଛି ।