ଓଡିଶା ତାଜା ନ୍ୟୁଜ୍ , (୨୮ ମେ ୨୦୨୦ ଗୁରୁବାର ) ଭୁବନେଶ୍ୱର : – 👉୧.ଯଦି କୈାଣସି ବ୍ୟକ୍ତି ଅସୁସ୍ଥ ଥିବାବେଳେ କଳା ରଙ୍ଗର ସାପର ସ୍ବପ୍ନ ଦେଖିଲା ତେବେ ଆଗକୁ ମୃତ୍ୟୁ ସମାନ କଷ୍ଟ ଭୋଗିବାକୁ ପଡିଥାଏ । କିନ୍ତୁ ଗର୍ଭବତୀ ମହିଳା ଯଦି ସ୍ବପ୍ନରେ ସାପ ଦେଖନ୍ତି ତାହେଲେ ପୁତ୍ର ପ୍ରାପ୍ତିର ସୈାଭାଗ୍ୟ ମିଳିଥାଏ ।
👉୨.ସ୍ବପ୍ନରେ ଅତିଥି ଆସିବାର ଅର୍ଥ ହଠାତ୍ କୈାଣସି ବିପଦର ଆସିବାର ଅଛି । ତେଣୁ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ ।
👉୩.ସ୍ବପ୍ନରେ ଉଲ୍ଲୁକ ଦେଖିବା ଅଶୁଭର ସଙ୍କେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କୁ କୈାଣସି ରୋଗ କିମ୍ବା ଦୁଃସମ୍ବାଦ ମିଳିପାରେ। ସ୍ବପ୍ନରେ ଉଲ୍ଲୁକ ଦେଖିବା ଦ୍ବାରା ୨୧ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସତର୍କ ରହିବାକୁ ପଡ଼ିବ ।
👉୪.ସ୍ବପ୍ନରେ ଅପରେସନ ହେଉଥିବା ଦୃଶ୍ୟ ଦେଖିଲେ ଆପଣ ଖୁବ୍ ଶୀଘ୍ର ରୋଗରେ ପଡ଼ିପାରନ୍ତି । ଏଥିପାଇଁ ଆପଣଙ୍କୁ ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ।
👉୫.ଯଦି ମହିଳା ବା ପୁରୁଷ ଲଣ୍ଡା ହେଉଥିବାର ସ୍ବପ୍ନ ଦେଖନ୍ତି ତେବେ ଆପଣଙ୍କୁ ଭିନ୍ନ ଭିନ୍ନ ଫଳ ମିଳିଥାଏ । ମହିଳା ଲଣ୍ଡା ହେଉଥିବା ସ୍ବପ୍ନ ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହା ଦେଖିବା ଦ୍ବାରା ଭବିଷ୍ୟତରେ ଆର୍ଥିକ କ୍ଷତି ହୋଇପାରେ । କିନ୍ତୁ ପୁରୁଷଙ୍କୁ ଲଣ୍ଡା ହେଉଥିବାର ସ୍ବପ୍ନ ଯଦି ଦେଖନ୍ତି ତାହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କୁ ଖୁବ୍ ଶୀଘ୍ର ଅର୍ଥପ୍ରାପ୍ତି ହେବ ।
👉୬.ସ୍ବପ୍ନରେ ନିଜକୁ ପାହାଡ଼ ତଳକୁ ପଡ଼ିବାର ଦେଖିଲେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଜ୍ୟାତିଷଶାସ୍ତ୍ର ଅନୁସାରେ ଯେତେବେଳେ ରାହୁ ଏବଂ କେତୁ ଦଶା ଚାଲିଥାଏ ସେତେବେଳେ ଏହି ସ୍ବପ୍ନ ଦେଖାଯାଏ । ଏହିପରି ସ୍ବପ୍ନ ଦେଖିବାର ଅର୍ଥ ହେଉଛି ମାନ-ସମ୍ମାନ ହରାଇବା ।
👉୭.ସ୍ବପ୍ନରେ ଜଳୁଥିବା ନିଆଁକୁ ଦେଖିଲେ ଏହା ବୃଥା ଖର୍ଚ୍ଚର ସଙ୍କେତ ଦେଇଥାଏ । ସେଥିପାଇଁ ଏମିତି ସ୍ବପ୍ନ ଦେଖିବାପରେ ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ ଏବଂ ଯେଉଁଠି ଦରକାର ସେଠାରେ ଖର୍ଚ୍ଚ କରନ୍ତୁ ।
👉୮.ସ୍ବପ୍ନରେ ନିଜକୁ ବର ବେଶରେ ବାହା ହେବାକୁ ଯାଉଥିବା ଦେଖିବା ଶୁଭ ସଙ୍କେତ ହୋଇନଥାଏ । ଏହା ଜୀବନ ପ୍ରତି ବିପଦର ସଙ୍କେତ ଦେଇଥାଏ । ଫଳରେ ବ୍ୟକ୍ତିଙ୍କୁ ନିଜର ଇଷ୍ଟଦେବୀଙ୍କୁ ପ୍ରାର୍ଥନା କରିବା ଉଚିତ ଯାହା ଦ୍ବାରା ବିପଦ ଟଳିଯାଇଥାଏ ।
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com