ଓଡ଼ିଶା ତାଜା ନ୍ୟୁଜ (୦୨ ଅକ୍ଟୋବର ରବିବାର ) ନୟାଗଡ଼ :- ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ସ୍ଥାନୀୟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ତଥା ଅଧ୍ଯକ୍ଷ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ଜ୍ବଳନ କରି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଧୂପ ଅର୍ପଣ କରିଥିଲେ।

ଗାନ୍ଧିଜୀଙ୍କ ୧୫୩ତମ ଜୟନ୍ତୀ ଓ ଶାସ୍ତ୍ରିଜୀଙ୍କ ୧୧୮ ତମ ଜୟନ୍ତୀ ବିଷୟରେ ସାରଗର୍ଭକ ବକ୍ତବ୍ଯରେ ମୁଖ୍ଯ ଅତିଥି ପ୍ରଫେସର ଆଚାର୍ଯ୍ୟ ଉପସ୍ଥିତ ଛାତ୍ରଛାତ୍ରୀ ଓ ଗୁରୁଜୀଗୁରୁମା ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ, ଅହିଂସା ଓ ଶାନ୍ତି ର ଦେବଦୂତ ସାଜି ଭାରତମାତାର ସନ୍ତାନ ରୂପେ ଆବିର୍ଭାବ ହୋଇଥିଲେ।

ଗାନ୍ଧୀଜୀଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଅହିଂସା ନିଷ୍ଠା ବଳରେ ଦେଶ ଆଜି ସ୍ବାଧୀନ। ଦେଶର ପ୍ରାକ୍ତନ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଅନୁଭବ କରିଥିଲେ ଯେ ଯେଉଁ ପର୍ଯ୍ୟନ୍ତ ଦେଶର ସୈନିକ,କୃଷକ ଓ ଶ୍ରମିକମାନଙ୍କର ଉନ୍ନତି ନ ହୋଇଛି ସେ ପର୍ଯ୍ୟନ୍ତ ଦେଶ ଆଗେଇ ପାରିବ ନାହିଁ। ସେଥିପାଇଁ ସେ କହିଥିଲେ "ଜୟ ଜବାନ ଜୟ କିଷାନ"। ଅହିଂସା ନୀତି ଆପଣେଇ ସ୍ବାଭିମାନୀ ଭାବେ ବଞ୍ଚିବା ସହିତ ଆମ ଛାତ୍ରଛାତ୍ରୀ ମାନଙ୍କୁ ଏ ଦିଗରେ ବ୍ରତୀ କରିବା ପାଇଁ ଗୁରୁଜୀଗୁରୁମା ମାନେ ଚେ଼ଷ୍ଟା କରିବା ଉଚିତ୍ ବୋଲି ମଧ୍ଯ କହିଥିଲେ। ସଭା ଶେଷରେ ବିଦ୍ଯାଳୟ ର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ ।