• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

୧୫୮ତମ ଏବଂ ୧୫୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ – ଲୋକସେବା ଭବନ ।

Proprietor Abhimanyu Maharana by Proprietor Abhimanyu Maharana
May 28, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
୧୫୮ତମ ଏବଂ ୧୫୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ – ଲୋକସେବା ଭବନ ।
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍‌ , (୨୮ ମେ ୨୦୨୦ ଗୁରୁବାର ) ଭୁବନେଶ୍ୱର,ଲୋକସେବା ଭବନ :- ୧୫୮ତମ ଏବଂ ୧୫୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଲୋକସେବା ଭବନଠାରେ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଅର୍ଥ, ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଏହି ବୈଠକରେ ଯୋଗଦେଇ କହିଥିଲେ ଯେ କୋଭିଡ୍‌-୧୯ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ମାନବ ଇତିହାସରେ ଏକ କଠିନ ସମୟରେ ଗତି କରୁଛି । ଏହି ପରିପ୍ରେକ୍ଷୀରେ ଆମର ଆର୍ଥିକ ଅବସ୍ଥା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଏହି ମହାମାରୀ ଆହ୍ୱାନ ସୃଷ୍ଟି କରିଛି । ସାଂପ୍ରତିକ ସମୟରେ ଆର୍ଥିକ ବ୍ୟବସ୍ଥାର ପୁନଃପ୍ରବର୍ତ୍ତନ ଏବଂ ଶ୍ରମଜୀବୀ, ଗ୍ରାମୀଣ ଗରିବ ଜନସାଧାରଣଙ୍କୁ ଜୀବନଜୀବିକା ଉନ୍ନତି କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ପ୍ରତିବର୍ଷ ଆମ ରାଜ୍ୟ ଅମ୍ଫାନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଏବଂ ବିପର୍ଯ୍ୟୟର ପରବର୍ତ୍ତୀ ସମୟରେ ଯେପରି ଆଧାର ପ୍ରମାଣଭିତ୍ତିକ ଭ୍ରାମ୍ୟମାଣ ଏଟିଏମ୍‌ ସେବା ଜନସାଧାରଣଙ୍କୁ ଉପଲବ୍ଧ କରିବେ ସେ ଦିଗରେ ପଦକ୍ଷେପ ନେବାକୁ ବ୍ୟାଙ୍କଗୁଡ଼ିକୁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ । ବାସ୍ତବତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏକ ଉଚ୍ଚାଭିଳାଷ ବାର୍ଷିକ ଋଣ ଯୋଜନା ମାଧ୍ୟମରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରକୁୁ ବ୍ୟାଙ୍କମାନେ ପ୍ରାଥମିକତା ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେବା ସହ ଭାଗଚାଷୀଙ୍କୁ ଋଣ ଯୋଗାଇଦେବା ପାଇଁ ଅଧ୍ୟାଦେଶ ଜାରି ହୋଇଥିବା ବିଷୟରେ ସୂଚନା ଦେଇଥିଲେ । କେନ୍ଦ୍ର ସରକାର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ପୁନର୍ବାର କାର୍ଯ୍ୟକ୍ଷମ କରାଇବା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀମାନେ ଆର୍ଥିକ ସହାୟତା ପାଇବା ଜରୁରୀ ଥିବାବେଳେ ବ୍ୟାଙ୍କମାନେ ହିତାଧିକାରୀଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ଆଗଧାଡ଼ିର ଭୂମିକା ନେବାର ସମୟ ଆସିଛି ।

ବର୍ତ୍ତମାନ ଭାରତୀୟ ଡାକସେବା ବ୍ୟାଙ୍କ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ନଗଦ ଅର୍ଥ ଦେବା କାର୍ଯ୍ୟ ସକି୍ରୟ ଭାବେ ତୁଲାଉଛନ୍ତି । ଆଧାର ପ୍ରମାଣଭିତ୍ତିକ ବ୍ୟବସ୍ଥା ମାଧ୍ୟମରେ ଡାକ ବିଭାଗର କର୍ମଚାରୀମାନେ ଲୋକମାନଙ୍କୁ ନଗଦ ଅର୍ଥ ଯୋଗାଉଛନ୍ତି । ବୈଠକରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତି୍ରପାଠୀ କହିଲେ ଯେ ଓଡ଼ିଶାରେ ବ୍ୟାଙ୍କିଂ ସେକଫରରେ ବ୍ରାଞ୍ଚ ସଂଖ୍ୟା ବହୁ କମ ରହିଛି । ତେଣୁ ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ ନଥିବା ପଞ୍ଚାୟତଗୁଡ଼ିକରେ ନୂଆ ବ୍ରାଞ୍ଚ ଖୋଲିବା ପାଇଁ ଶ୍ରୀ ତି୍ରପାଠୀ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶା ଏକ ଉତ୍ତମ ପ୍ରଶାସିତ ରାଜ୍ୟ । ରାଜ୍ୟରେ ଉଦ୍ୟୋଗ ସୃଷ୍ଟିର ପର୍ଯ୍ୟାପ୍ତ ସୁଯୋଗ ରହିଛି । ମତ୍ସ୍ୟଚାଷ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ମାନୁ୍ୟଫ୍ୟାକଚରିଂ ଆଦି କ୍ଷେତ୍ରରେ ଅଧିକରୁ ଅଧିକ ଋଣ ଯୋଗାଣ କରିବାକୁ ଶ୍ରୀ ତି୍ରପାଠୀ ବ୍ୟାଙ୍କମାନଙ୍କୁ କହିଥିଲେ ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ଓଡ଼ିଶାରେ କୃଷି, ପଶୁପାଳନ, ଉଦ୍ୟାନକୃଷି, ମତ୍ସ୍ୟଚାଷ, କୁକୁଡ଼ାଚାଷ ଆଦି କ୍ଷେତ୍ରରେ ପ୍ରଚୁର ସମ୍ଭାବନା ରହିଛି ଏବଂ ବ୍ୟାଙ୍କମାନେ ଏସବୁ କ୍ଷେତ୍ରକୁ ପ୍ରାଧାନ୍ୟ ଦେଲେ ମହାମାରୀ ଯୋଗୁଁ ଉପୁଜୁଥିବା ଆର୍ଥିକ ସ୍ଥିତିର ପୁନରୁଦ୍ଧାର ହୋଇପାରିବ । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା କହିଥିଲେ ଯେ କୋଭଡ୍‌-୧୯ ମହାମାରୀ ଆରମ୍ଭରୁ ଅର୍ଥ ବିଭାଗ ସୁଚାରୁ ରୂପେ ବ୍ୟାଙ୍କିଂ କାର୍ଯ୍ୟ ଚାଲିବା ପାଇଁ ସମସ୍ତ ବ୍ୟାଙ୍କ/ପୋଷ୍ଟ ଅଫିସ୍‌/ଏସ୍‌ଏଲ୍‌ବିସି/ଆର୍‌ବିଆଇକୁ ବିଭିନ୍ନ ସମୟରେ ମାର୍ଗଦର୍ଶିକା ତଥା ନୀତିନିୟମ ଜାରି କରିଆସିଛି । ୨୦୨୦-୨୧ ବର୍ଷ ପାଇଁ ବାର୍ଷିକ ଋଣ ଯୋଗାଣ ଧାର୍ଯ୍ୟ ହୋଇଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧୫ ହଜାର କୋଟି ଟଙ୍କା ଅଧିକ । ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ଚଳିତ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ବାର୍ଷିକ ଧାର୍ଯ୍ୟ ଋଣ ଯୋଜନା କ୍ଷେତ୍ରରେ ପ୍ରାୟ ୯୫.୩୭ ପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛନ୍ତି ।

କୃଷି ଏବଂ ଅନ୍ୟାନ୍ୟ ମତ୍ସ୍ୟଚାଷ, କୃଷି ଉତ୍ପାଦନ କ୍ଷେତ୍ରଗୁଡ଼ିକୁ ବ୍ୟାଙ୍କମାନେ ଅଧିକ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ପ୍ରତି ବ୍ୟାଙ୍କ ତିନୋଟି ଲେଖାଏଁ ଭ୍ରାମ୍ୟମାଣ ଏଟିଏମ୍‌ ରଖିବେ, ଯାହାକି ସମସ୍ତ ସାଧାରଣ ଓ ଅସାଧାରଣ ପରିସ୍ଥିତିରେ ଜନସାଧାରଣଙ୍କୁ ସେବା ପ୍ରଦାନ କରିବେ । ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥପ୍ରଦାନ ବ୍ୟବସ୍ଥା ଯୋଗୁଁ ଗ୍ରାମାଞ୍ଚଳରେ ଜନସାଧାରଣ ଓ ସରକାରଙ୍କ ଯୋଜନାର ସୁଫଳ ପାଇପାରୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅତିକମ୍‌ରେ ୨ ଲକ୍ଷ ଟଙ୍କାର ଋଣ ପ୍ରଦାନ ତଥା ଯେଉଁମାନେ ଋଣ ପାଇଁ ଆବେଦନ କରିଛନ୍ତି ତାଙ୍କୁ ଶୀଘ୍ର ଋଣ ପ୍ରଦାନ ପାଇଁ ପ୍ରମୁଖ ଶାସନ ସଚିବ କହିଛନ୍ତି । ପ୍ରବାସୀ ଶ୍ରମିକମାନଙ୍କ ପାଇଁ ନୂଆ ଆକାଉଣ୍ଟ ଖୋଲିବା ପାଇଁ ସେ କହିଥିଲେ । ଲକ୍‌ ଡାଉନ୍‌ ଅବଧିରେ ବ୍ୟାଙ୍କମାନେ ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ।

ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଶାସନ ସଚିବ ଶ୍ରୀ ଆର୍‌. ରେଘୁ, ଅର୍ଥ ବିଭାଗର ସତନ୍ତ୍ର ଶାସନ ସଚିବ ଶ୍ରୀ ପି.କେ. ବିଶ୍ୱଳ, ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଗୋଏଲ୍‌, ଭାରତ ସରକାରଙ୍କ ଉପସଚିବ ଶ୍ରୀ ଡୋଗ୍ରା, ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ମଲ୍ଲ, ନାବାର୍ଡର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରଶେଖର, ଏସ୍‌ବିଆଇର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ପ୍ରବୀଣୀ କାଲା ଏବଂ ୟୁକୋ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତଥା ଆବାହକ ଶ୍ରୀ ସଂଜୟ କୁମାର ଏବଂ ୧୦ ଜଣ ଲିଡ୍‌ ବ୍ୟାଙ୍କ୍‌ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

March 20, 2026
ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

March 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version