ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :- ଶହୀଦ ଭଗତ ସିଂଙ୍କ ଜୟନ୍ତୀ ପାଳନ କରିବା ଅବସର ରେ ଆମ୍ ଆଦମୀ ପାର୍ଟି ଓଡିଶା ତରଫରୁ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ମୁଖ୍ୟ ଆତିଥୀ ଭାବେ ଆପ୍ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ରକ୍ତଦାନ ଶିବିରର ଉଦଘାଟନ କରି ରକ୍ତଦାନ କରିଥିଲେ ।
ଡେଙ୍ଗୁ ପାଇଁ ରାଜଧାନୀ ରେ ପ୍ଲାଟଲେଟର ଅଭାବ ଥିଲାବେଳେ, ଆଜିର ଏହି ରକ୍ତଦାନ ଶିବିର ଜନ ସାଧାରଣ ଙ୍କୁ ସାହାଯ୍ୟ କରିବ ବୋଲି ଶ୍ରୀଯୁକ୍ତ ମହାପାତ୍ର ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମ ରେ ୩୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଆପ୍ ରାଷ୍ଟ୍ରୀୟ ଆବାହକ ଶ୍ରୀ ଅରବିନ୍ଦ କେଜରିୱାଲଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଆଜି ରକ୍ତଦାନ ଶିବିରର ଆୟୋଜନ କରାଯାଇଅଛି ।ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଆପ୍ ରାଜ୍ୟ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ , ଆପ୍ ଖୋର୍ଦ୍ଧା ଜିଲ୍ଲା ଆବାହାକ ଶୁଭାଶିଷ ସ୍ୱାଇଁ , ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସୁନିଲ ସଡ଼ଙ୍ଗୀ , ଭୁବନେଶ୍ୱର ମହାନଗର ସଭାପତି ଜୟସୂର୍ୟ୍ଯ କାନୁନଗୋ,ରାଜ୍ୟ ଯୁବସଭାପତି ସୋମନାଥ ରାଉତ,ଯୁବନେତା ଅମୀୟ ଶର୍ମା,ଶ୍ରୀଧର ସାହୁ,ଦେବାଶିଷ ମହାପାତ୍ର,ଚନ୍ଦ୍ରଭାନୁ ମନ୍ତ୍ରୀ,ମହମ୍ମଦ ଆମିରୁଦ୍ଦିନ,ମୁଖତାର ଖାଁ,ପ୍ରମୋଦ ନନ୍ଦ ପ୍ରମୂଖ ଉପସ୍ଥିତ ଥିଲେ।

© 2023 Odisha Taza News.