No Result
View All Result
ବାଲିପାଟଣା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଭୁବନେଶ୍ୱର ଉପକଣ୍ଠ ବନମାଳୀପୁର ସ୍ଥିତ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଦର୍ଶ ଶିଶୁ ନିକେତନରେ ହିନ୍ଦୁ ସମାଜର ପବିତ୍ର ପାରମ୍ପାରିକ ଜନ୍ମାଷ୍ଟମୀ ଉତ୍ସଵ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଦର୍ଶ ଶିଶୁ ନିକେତନର ବହୁ ସଂଖ୍ୟାରେ କୁନି କୁନି ପିଲାମାନେ ରାଧାକୃଷ୍ଣ, ନନ୍ଦରାଜା କଂସ ରାଜା,, ଯଶୋଦା ମାଆ, ଗୋପୀ, ଗୋପାଲୁଣୀ ବେଶ ହୋଇ ବିଦ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ଦଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ , ଏଥିରେ ଗୋପାଳ, ଗୋପାଲୁଣିମାନେ ଦଧି ବିକ୍ରୟ କରିଥିଲେ ।

ନନ୍ଦରାଜା, ଯଶୋଦାମାତା, ମହାରାଜା କଂସ ପ୍ରଭୁତି ପାରମ୍ପରିକ ବେଶରେ କୁନି କୁନି ପିଲାମାନେ ସୁନ୍ଦର ଅଭିନୟ କରିଥିଲେ । ଆଉ ମଧ୍ୟ ପିଲାମାନଙ୍କ ଦ୍ବାରା କୃଷ୍ଣଙ୍କ ଝୁଲଣ, ଦହିହାଣ୍ଡି ଭଙ୍ଗା, ନୃତ୍ୟ ପରିବେଷଣ ଆଦି କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୈଳବାଳା ମେକାପ, ସଭାପତି ଦୈତାରୀ ମାଣିକ, ବିଦ୍ୟାଳୟର ପରିଚାଳନା କମିଟିର ସମ୍ପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ସାହୁ, ପ୍ରମୁଖ ଯୋଗ ଦେଇ ପାରମ୍ପରିକ ପର୍ବ ଜନ୍ମାଷ୍ଟମୀର ମହାନତା ବିଷୟରେ ପିଲାମାନଙ୍କୁ ବୁଝାଇଥିଲେ ।

ଏହି ଉତ୍ସବରେ ପରିଚାଳନା କମିଟିର ଶ୍ରୀଯୁକ୍ତ ପ୍ରଦୀପ ପାତ୍ର, ଶ୍ରୀଯୁକ୍ତ ଉମେଶ ସାହୁ ରବିନା, ଶ୍ରୀଯୁକ୍ତ ବିଜୟ ବେହେରା ସୁଶ୍ରୀ ସଙ୍ଗୀତା ପ୍ରହରାଜଙ୍କ ସମେତ ବିଶିଷ୍ଟ କବି ରବୀନ୍ଦ୍ର ନାଥ ପାତ୍ର,ସମାଜ ସେବୀ ମାଗୁଣୀ ଚରଣ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହଯୋଗ କରିଥିଲେ । ବିଦ୍ୟାଳୟ ଏହିପରି ପରମ୍ପରାର ପର୍ବ ଜନ୍ମାଷ୍ଟମୀ ପାଳନ କରୁଥିବାରୁ ଏହାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

No Result
View All Result