ପାରଳାଖେମୁଣ୍ଡି ରେ ବିଭିନ୍ନ ଦୁର୍ଗା ମଣ୍ଡପ ଓ ମନ୍ଦିରରେ ନବରାତ୍ର ପୂଜା ଧୁମ୍ ଧାମରେ ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୨୭ ସେପ୍ଟେମ୍ବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ପାରଳାଖେମୁଣ୍ଡି ର ବିଭିନ୍ନ ଦୁର୍ଗାମଣ୍ଡପ ରେ ନବରାତ୍ରି ପୂଜା ଆରମ୍ଭ ହୋଇଛି l ସହରର ଖଞ୍ଜା- ଧୋବା ଛକରେ ଦୁର୍ଗା ମଣ୍ଡପ ଏବ ବଡ଼ ବ୍ରାହ୍ମଣ ସାହି ମଣ୍ଡପରେ ଦୁର୍ଗା ମାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି l ସେହି ଭଳିସହରର ନିଳୀମା ମନ୍ଦିର ଓ ଦଣ୍ଡମାଲା ସାହି ମାଁଙ୍କ ମନ୍ଦିରରେ ମଧ୍ୟ ଧୁମ୍ ଧାମ ରେ ନବରାତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି l

କଭିଡ ଯୋଗୁ ଗୋଟିଏ ବର୍ଷ ପୂଜା ବନ୍ଦ ରହିଥିଲା ବେଳେ ଗତ ବର୍ଷ ଖୁବ୍ କମ ସଂଖ୍ୟକ ଭକ୍ତଙ୍କ ଗହଣରେ ପୂଜା ଅନୁଷ୍ଠିତ ହୋଇଥିଲା l କିନ୍ତୁ ଚଳିତ ବର୍ଷ ବିଭିନ୍ନ ଦୁର୍ଗା ମଣ୍ଡପ ଏବଂ ମନ୍ଦିର ଗୁଡ଼ିକରେ ଜାକଜମକରେ ପୂଜା ଆରମ୍ଭ ହୋଇଛି ଚଳିତ ବର୍ଷ ପୂଜା ମଣ୍ଡପ ଓ ମନ୍ଦିର ଗୁଡ଼ିକରେ ଭକ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବା ଆଶା କରାଯାଉଛି l