No Result
View All Result
୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ କରି ନିଜକୁ ଜଗନ୍ନାଥଙ୍କ ପୁଅ କହିବା ପରେ ବିଜେପି ଶିବିର ଖୁବ୍ ଉତ୍ସାହିତ।ଏହି କ୍ରମ ରେ ଆଜି ଶ୍ରୀଜଗନ୍ନାଥ ଦର୍ଶନ ଅନୁଷ୍ଠାନ ତରଫରୁ ଯୁବ ଦଇତାପତି ତଥା ବିଜେପି ର ରାଜ୍ୟ ଉପସଭାପତି ଭବାନି ଦାସମହାପାତ୍ର ଙ୍କ ନେତୃତ୍ୱ ରେ ଏକ ବିଶାଳ ପଟୁଆରରେ ମହାପ୍ରଭୁ ଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର,ମାଳ ମହାପ୍ରସାଦ ତଥା ଆଶୀର୍ବାଦ ଚାଉଳ ସମଗ୍ର ରାଜ୍ୟର ବିଜେପି ସାଂସଦ ଓ ବିଧାୟକ ଙ୍କୁ ପ୍ରଦାନ କରିବା ପକ୍ରୀୟା ଆରମ୍ଭ ହେଇଛି ।ଆଜି ଦୀପ ଦାନ କରିବା ପରେ ଜୟ ଶ୍ରୀରାମ ଧ୍ୱନି ଓ ଘଣ୍ଟ ଘଣ୍ଟା ତଥା ହୁଳହୁଳି ରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ଵାର । ପରେ ଏହି ପଟୁଆର ସିଂହଦ୍ଵାର ଠାରୁ ମୋଚିସହି ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହି ଭବ୍ୟ କାର୍ଯ୍ୟକ୍ରମ ରେ ପୁରୀ ର ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଇଞ୍ଜିନିୟର ସୁଜ୍ୟ ରଥ,ଅନିଲ କୁମାର ସାହୁ, ଅକ୍ଷୟ ମହାନ୍ତି ଓ ସଂଗ୍ରାମ କାନୁନଗୋ ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି ।
No Result
View All Result