No Result
View All Result
୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବାଘମାରୀ ଥାନା ଅଧିକାରୀ ଶମ୍ଭୁନାଥ ନାୟକଙ୍କ ନେତୃତ୍ବରେ କୋଟପଲା,ଭୋଗଡା ଓ ଦିନିଆରୀ ଗ୍ରାମରେ ପୁଲିସ କର୍ମଚାରୀ ସହ ସିଆରପିଏଫ ଯବାନଙ୍କ ସହଯୋଗରେ ଫ୍ଲାଗ ମାର୍ଚ୍ଚ ହୋଇଛି। ଏଥିରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରତ୍ୟେକ ଗ୍ରାମର ଜନସାଧାରଣ ମାନେ ଭୋଟିଂ ପାଇଁ ଅବାଧ, ସ୍ୱଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରି ଭୋଟ ଦେବା ସହ ଅପରାଧିକ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଆଦି ପୁଲିସ ପ୍ରଧାନ କର୍ତ୍ତବ୍ୟ ଭାବେ କାର୍ଯ୍ୟକୁ ସମ୍ପାଦନ କରିଥାଏ ବୋଲି ପଦଯାତ୍ରା ମାଧ୍ୟମରେ ସଚେତନତା ସୃଷ୍ଟି କରିଛି। ଥାନା ଉପନିରୀକ୍ଷକ ଚନ୍ଦନ ଦାସ,ପୁଷ୍ପଲତା ଲେଙ୍କା, ସିପାହୀ ମାନସ ରଞ୍ଜନ ସାହୁ ଓ ସନ୍ତୋଷ କୁମାର ବେହେରାଙ୍କ ସମେତ କର୍ମଚାରୀ ନିୟୋଜିତ ଥିଲେ।
No Result
View All Result