୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଆଜି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେଡ଼ି ତରଫରୁ ବିଜେଡି କାର୍ଯ୍ୟାଳୟ ରାମପୁର ଠାରେ ଏକ ବିରାଟ କର୍ମୀ ସମ୍ମିଳନୀ ଯୁବ ସଂଗଠକ ବିଜେଡି ସାଧାରଣ ସମ୍ପାଦକ ସନ୍ତୋଷ ପାଇକରାୟ ଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଛି।ଏହି ବୈଠକ ଜୟନ୍ତ କୁମାର ସ୍ଵାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା, ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବିଧାୟକ ତଥା ଚିଲିକା ବିଜେଡି ର ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ତାଙ୍କର ବକ୍ତବ୍ୟରେ କହିଥିଲେ ମୁଁ ୨୦୦୯ ମସିହାରେ ବିଧାୟକ ଥିବା ବେଳେ ଯେଉଁ ଭଳି କାର୍ଯ୍ୟ ହୋଇଥିଲା ଓଭରବ୍ରିଜ , ପାନୀୟ ଜଳ ଯୋଗାଣ, ରାସ୍ତାଘାଟ, ବର୍ତ୍ତମାନ ୧୦ ବର୍ଷର କାର୍ଯ୍ୟ ସେହିଭଳି ହୋଇନାହିଁ, ବିଧାୟକ ଭାବରେ ମୋତେ ନିର୍ବାଚିତ କଲେ ବାକି ରହିଥିବା ଅଧୂରା କାର୍ଯ୍ୟ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମିଳିତଭାବେ ଏମିତି ବିକାଶ ମୂଳକ କାର୍ଯ୍ୟ ହେବ ,ଓଡ଼ିଶା ରେ ଏକ ନମ୍ବର ଭାବେ ବାଲୁଗାଁ ଏନଏସି ପରିଗଣିତ ହେବ । ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପାଇଁ ଭୋଟ ଭିକ୍ଷା ମାଗି ଯୋଡ଼ି ଶଙ୍ଖ ରେ ଭୋଟ ଦେବାକୁ ନିବେଦନ କରିଥିଲେ। ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ମଧ୍ୟ ତାଙ୍କ ବକ୍ତବ୍ୟରେ ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟ ସମ୍ବନ୍ଧରେ କହି ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଓ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ପାଇଁ ଭୋଟ ଦେବାକୁ ନିବେଦନ କରିଥିଲେ।
ଏହି ବିଜେଡି କର୍ମୀ ସମ୍ମିଳନୀ ରେ ବାଲୁଗାଁ ଏନଏସି ର ୩ ନମ୍ବର ୱାର୍ଡ ବିଜେପି କାଉନସିଲର ଙ୍କ ପତି ଭବାନୀ ପଣ୍ଡା,୭ ନମ୍ବର ୱାର୍ଡ ବିଜେପି କାଉନସିଲର ଙ୍କ ପତି ଶ୍ରୀ ସହଦେଵ ବେହେରା, ସନ୍ତୋଷ ପଣ୍ଡା, ଏବଂ ୬ ନମ୍ବର ୱାର୍ଡ,୭ ନଂ ୱାର୍ଡ,୩ ନମ୍ବର ୱାର୍ଡ ର ବହୁ ବିଜେପି ଯୁବକ ଛାତ୍ର ବିଜେପି ଛାଡି ଆଜି ବିଜେଡି ରେ ଯୋଗ ଦେଇଥିଲେ ,ଚିଲିକା ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ରଘୁନାଥ ସାହୁ ଏହି ସମସ୍ତ ବିଜେପି ଯୁବକ ଛାତ୍ର ମାନଙ୍କୁ ବିଜେଡି ଉତ୍ତରୀୟ ପ୍ରଦାନ କରି ଦଳରେ ମିଶାଇ ଥିଲେ।ଉକ୍ତ ବୈଠକରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ,ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ବାଇଁ, ଲକ୍ଷ୍ମୀଧର ସେଠୀ, ସୁଜାତା ପଣ୍ଡା, ମମତା ପଣ୍ଡା, ଅନିତା ସ୍ବାଇଁ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ପ୍ରଧାନ, ଲୋକସଭା ପ୍ରତିନିଧି ଅକ୍ଷୟ ରଣସିଂହ, କାର୍ଯକାରୀ ସଭାପତି ଜନାବ ବୁଲା ଖାଁ,ଯୁବ ସଭାପତି ଶଶିକାନ୍ତ ପାଇକରାୟ ଛାତ୍ର ସଭାପତି ରଞ୍ଜିତ ପଣ୍ଡା ସମେତ ହଜାର ରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ଥିଲେ।ସର୍ବଶେଷରେ ବିଜେଡି ଜିନ୍ଦାବାଦ, ଯୋଡ଼ି ଶଙ୍ଖ ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନୀରେ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା।