ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ବର ସୋମବାର ) କଟକ :- ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ଗତ ମ୍ୟାଚରେ ପରାଜିତ ହେବା ପରେ ଗୁଜୁରାଟ ଜିଆଂଟ୍ସ, ମଙ୍ଗଳବାର ବାରବାଟି ଷ୍ଟାଡିୟମ ଠାରେ ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ ଲିଗ କ୍ରିକେଟ (ଏଲ୍ଏଲ୍ସି)ର ଭିଲୱାରା କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଏକ ଜବରଦସ୍ତ କମ୍ବ୍ୟାକ ପାଇଁ ପ୍ରସ୍ତୁତ ରହିଛି । ଏହି ମ୍ୟାଚରେ ଗୁଜୁରାଟ ଜିଆଂଟ ତିଲକରାନ୍ତେ ଦିଲସାନଙ୍କ ଉପରେ ଟିମ୍ ଅଧିକ ଭାବେ ନିର୍ଭରଶୀଳ ରହିବ, ଯେକି ନିଜ ସମୟରେ ତାଙ୍କର ଆକ୍ରାମଣାତ୍ମକ ବ୍ୟାଟିଙ୍ଗ ଶୈଳୀ, କୌଶଳ ଏବଂ ଟାଇମିଙ୍ଗ ପାଇଁ ପରିଚିତ ।
ଗତ ରବିବାର ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ଦିଲସାନ ୫୯ ବଲ୍େର ଚମତ୍କାର ୭୫ ରନ ହାସଲ କରିଥିଲେ । ସେହିଭଳି ବିରେନ୍ଦ୍ର ସେହୱାଗଙ୍କ ବଦଳରେ ଜିଆଂଟ ଟିମର ଅଧିକାୟକତ୍ୱ କରୁଥିବା ଏହି ପୂର୍ବତନ ଶ୍ରୀଲଙ୍କା ଷ୍ଟାଲୱାର୍ଟ ସମଗ୍ର ପାର୍କରେ ତାଙ୍କର ସୁନ୍ଦର ସଟ୍ ସହିତ ଦର୍ଶକଙ୍କୁ ମୁଗ୍ଧ କରିଥିଲେ । ଯଦିଓ ପରିଶେଷରେ ତାଙ୍କର ଭୟଙ୍କର ନକ୍ ବୃଥା ହୋଇଯାଇଥିଲା ।
ତଥାପି ମଙ୍ଗଳବାର ମ୍ୟାଚରେ ଦିଲସାନ ନିଜର ସମାନ ଫର୍ମକୁ ବଜାୟ ରଖିବାର ଆଶା ରଖିଛନ୍ତି କିନ୍ତୁ ଏହା ସହଜ ହୋଇନପାରେ । ଅପରପକ୍ଷେ ଭିଲୱାର କିଙ୍ଗସ ପାଖରେ ଇରଫାନ ପଠାନ, ୟୁଶୁଫ ପଠାନ ଏବଂ ଏସ ଶ୍ରୀସାନ୍ଥଙ୍କ ଭଳି ଅନେକ ମ୍ୟାଚ ବିଜେତା ରହିଛନ୍ତି । ଯେଉଁମାନେ ବିଜୟ ହାସଲ କରିବାକୁ ବ୍ୟଗ୍ର ରହିଛନ୍ତି । ପୂର୍ବତନ ଇଣ୍ଡିଆ-ଅଲରାଉଣ୍ଡର ୟୁଶୁଫ ଉଭୟ ବ୍ୟାଟ ଏବଂ ବଲ ଉପରେ ଚମତ୍କାର ଫର୍ମ ବଜାୟ ରଖିଛନ୍ତି ।
ଭିଲୱାରା କିଙ୍ଗ୍ସ ମଧ୍ୟ ୱେଷ୍ଟ ଇଣ୍ଡିଜ ପେସର ଫିଡେଲ ଏଡୱାର୍ଡଙ୍କ ଉପରେ ନିର୍ଭର ରହିବ । ଏହି ୪୦ ବର୍ଷୀୟ ସ୍ପିଡଷ୍ଟର ନିଜର ଦ୍ରୁତ ବୋଲିଙ୍ଗ ସହିତ ଇନିଙ୍ଗସ ଆରମ୍ବରେ ଦିଲସାନଙ୍କ ୱିକେଟ ନେବା ପାଇଁ ପ୍ରୟାସ କରିବେ । ତଥାପି ଗୁଜୁରାଟ ଜିଆଂଟ୍ସ ଏହା ଆଶା କରିବେ ଯେ କେଭିନ ଓ’ବ୍ରିଏନ, ଲେଣ୍ଡଲ ସାଇମନ୍ସ ଏବଂ ଥିସାରା ପେରେରାଙ୍କ ଭଳି ବିଗ-ହିଟରମାନେ ମଧ୍ୟ ଏହି ପାର୍ଟିକୁ ଆସନ୍ତୁ ।
ଜିଆଂଟସ ଏହାର ଷ୍ଟାର ସ୍ପିନର ଯୋଡ଼ି ଗ୍ରାଏମ ସ୍ୱାନ ଏବଂ ଅଜନ୍ଥା ମେଣ୍ଡିଜଙ୍କ ଉପରେ ଆଶା ରଖିଥିବାବେଳେ ମିଶେଲ ମ୍ୟାକକ୍ଲେଂଘାନ ଏବଂ ଯୋଗିନ୍ଦର ଶର୍ମାଙ୍କ ଭଳି ବୋଲରଙ୍କ ଉପରେ ମଧ୍ୟ ନଜର ରଖିଛି । ଯାହାଦ୍ୱାରା ଟିମ ଶୀଘ୍ର ସଫଳତା ହାସଲ କରିପାରିବ ।

© 2023 Odisha Taza News.