• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲା କୋର୍ଟ ପକ୍ଷରୁ ଆନ୍ଧ୍ରର ସୁପର ସ୍ପେଶିଆଲିଷ୍ଟ ଡାକ୍ତର ମାନଙ୍କୁ ନେଇ “ମେଗା ସ୍ୱାସ୍ଥ୍ୟ ଶିବିର”କାର୍ଯ୍ୟକ୍ରମ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
September 26, 2022
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି ଜିଲ୍ଲା କୋର୍ଟ ପକ୍ଷରୁ ଆନ୍ଧ୍ରର ସୁପର ସ୍ପେଶିଆଲିଷ୍ଟ ଡାକ୍ତର ମାନଙ୍କୁ ନେଇ “ମେଗା ସ୍ୱାସ୍ଥ୍ୟ ଶିବିର”କାର୍ଯ୍ୟକ୍ରମ ଅନୁଷ୍ଠିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ରବିବାର ) ପାରଳାଖମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ପକ୍ଷରୁ ଜିଲ୍ଲା କୋର୍ଟ ପରିସରରେ ଆନ୍ଧ୍ରର ଶ୍ରୀକାକୁଲମ ସହର ସ୍ଥିତ ଜେମସ ହସପିଟାଲର ବିଭିନ୍ନ ବିଭାଗର ସୁପର ସ୍ପେଶିଆଲିଷ୍ଟ ଡାକ୍ତର ମାନଙ୍କୁ ନେଇ ଗଜପତି ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ଜିଲ୍ଲାସ୍ତରୀୟ ଏକ ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜିଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଏବଂ ଏଡିଏମ୍ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପ ଦେଇ ମିଳିତ ଭାବେ ଶିବିର କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ଏହି ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ,

ଜେଲ ବିଭାଗ ଅଧିକାରୀ ଓ କର୍ମଚାରୀ ଓ ଏବଂ ଓକିଲ ଗଣଙ୍କ ସମେତ ଏ ସମସ୍ତଙ୍କ ପରିବାର ଓ ଅନ୍ୟାନ୍ୟ ମାନଙ୍କ ସ୍ୱାସ୍ଥ୍ୟର ବିଭିନ୍ନ ଚିକିତ୍ସା କରାଯାଇ ମାଗଣା ଔଷଧ ପ୍ରଦାନ କରା ଯାଇଥିଲା ।ଏହି ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ଶ୍ରୀକାକୁଲମ ସ୍ଥିତ ଜେମସ ହସପିଟାଲର ବିଭିନ୍ନ ବିଭାଗର ସୁପର ସ୍ପେଶିଆଲିଷ୍ଟ ଡାକ୍ତର ଯଥା:- ଜେନେରାଲ ମେଡିସିନର ଡ଼ାଃ ଆନେପୁ ଶସିଧର ଏବଂ ଡ଼ାଃ ରାଜେଶ , ଅର୍ଥପେଡିକ:- ଡ଼ାଃ ସନ୍ତୋଷ ବାବୁ ଏବଂ ଡ଼ାଃ ଭୂଷଣ , ଇଏନଟି:- ଡ଼ାଃ ସୁମନ ରେଡ୍ଡୀ , ମେଡିକାଲ ଗେଷ୍ଟ୍ରୋ:- ଡ଼ାଃ ଟି:ଭି: ପ୍ରଦୀପ କୁମାର , କାର୍ଡିଓଲୋଜି:- ଡ଼ାଃ ଏଲ:କେ: ବିଜୟକୁମାର ,ଟୁଡ଼ି-ଇକୋ ଡ଼ାଃ ଏମ ରାଜେଶ କୁମାର , ଚକ୍ଷୁ ରୋଗ:- ଡ଼ାଃ ଆପାଲା ପଣ୍ଡା , ଚର୍ମ ରୋଗ:- ଡ଼ାଃ ଦିଲୀପ ଚନ୍ଦ୍ରକ୍ଷ , ନେଫ୍ରୋଲୋଜି:- ଡ଼ାଃ ରାକେଶ ଏବଂ ନ୍ୟୁରୋଲୋଜି:- ଡ଼ାଃ ଭୂଷଣ ଶର୍ମା ପ୍ରମୁଖଙ୍କ ସମେତ ସେମାନଙ୍କ ଟିମ ଆସିଥିବା ଶତାଧିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

ସ୍ୱାସ୍ଥ୍ୟ ପରୀକ୍ଷା ପୂର୍ବରୁ ଡାକ୍ତରୀ ଦଳ ଓ ସେମାନଙ୍କ ଟିମ ତଥା ସହାୟକ ଦଳ ପକ୍ଷରୁ ସମସ୍ତଙ୍କ ରକ୍ତଚାପ , ସୁଗାର୍ ଓ ଅନ୍ୟାନ୍ୟ କେତେକ ପରୀକ୍ଷା ମଧ୍ୟ କରା ଯାଇଥିଲା । କେତେକ କ୍ଷେତ୍ରରେ ଇସିଜୀ ପରୀକ୍ଷା ମଧ୍ୟ କରା ଯାଇଥିଲା ।ଏହି ଜିଲ୍ଲାସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିରର ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ଦୌରାଜଜ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଏସ:ଡି:ଜେ:ଏମ: ଶ୍ରୀମତୀ ବର୍ଷା ଶର୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ଦେଇ ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ କହିଛନ୍ତି ଯେ , କୋର୍ଟ ସହିତ ସଂଶ୍ଲିଷ୍ଟ ଥିବା ସମସ୍ତଙ୍କ ଓ ସେମାନଙ୍କ ପରିବାର ମାନଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଉଦ୍ଧିଷ୍ଟ ମୁଖ୍ୟତଃ ଚତୁର୍ଥ ଶ୍ରେଣୀ ଓ ଦିନ ମଜୁରିଆ ସମେତ ଜେଲ ବନ୍ଦିଥିବା ବ୍ୟକ୍ତିମାନଙ୍କସ୍ୱାସ୍ଥ୍ୟଚିକିତ୍ସା ସେବା କରାଇବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ରହିଛି ଯେଉଁମାନେ କି ଆବଶ୍ୟକ ଥିଲେ ମଧ୍ୟ ଅବହେଳା ଏବଂ ଅର୍ଥାଭାବରୁ ସୁପର ସ୍ପେଶିଆଲିଷ୍ଟ ଡାକ୍ତରଙ୍କ ଦ୍ଵାରା ନିଜ ସ୍ୱାସ୍ଥ୍ୟ ଚିକିତ୍ସା କରାଇ ପାରୁନାହାଁନ୍ତି ଏଣୁ ସେହି ମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ସେବା ଘର ପାଖରେ ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

ଅନ୍ୟ ପକ୍ଷରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ କୌଣସି ରୋଗ ବିଭାଗର ସୁପର ସ୍ପେସିଆଲିଷ୍ଟ ଡାକ୍ତର ନାହାନ୍ତି , ସେଥିପାଇଁ ଆନ୍ଧ୍ରର ଶ୍ରୀକାକୁଲମ ସହର ସ୍ଥିତ ଜେମସ ହସପିଟାଲର ବିଭିନ୍ନ ବିଭାଗର ଡାକ୍ତର ମାନଙ୍କୁ ଏଠାକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନକୁ ଜିଲ୍ଲା କୋର୍ଟ ପକ୍ଷରୁ ଅନୁରୋଧ କରା ଯାଇଥିଲା ବୋଲି ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ।ଏହି ସ୍ୱାସ୍ଥ୍ୟ ଚିକିତ୍ସା ଶିବିରରେ ୩୦୦ ରୁ ଅଧିକ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିବା ବେଳେ ୧୦୫ ଜଣ ଜେଲ ଇନମେଟସ ତଥା ଡେଟେନୁଏସ୍ ଏହି ସ୍ୱାସ୍ଥ୍ୟ ଶିବିରରେ ଉପକୃତ ହୋଇଥିଲେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୋର୍ଟର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ମାନେ ଏଡିଜେ ଶ୍ରୀ ପ୍ରଦୀପ କୁମାର ସାମଲ ,

ସବଜଜ୍ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , ସିଜେଏମ: ଶ୍ରୀ ମାନସ କୁମାର ପଣ୍ଡା , ଜେଏମଏସସି: ଶ୍ରୀ ଶୁଭଜିତ ବେହେରା , ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା , ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ବାର ସଂଘର ସେକ୍ରେଟାରୀ ଶ୍ରୀ କୃଷ୍ଣ ମୋହନ ପଟ୍ଟନାୟକଙ୍କ ସମେତ କାଶୀନଗର କୋର୍ଟର ଜେଏମଏଫସି: ତଥା ଗ୍ରାମ୍ୟ ନ୍ୟାୟାଳୟ ମାଜିଷ୍ଟ୍ରେଟ ସୁଶ୍ରୀ ଅଙ୍କିତା ଗୁରୁ ଏବଂ ରା:ଉଦୟଗିରି କୋର୍ଟର ଜେଏମଏଫସି: ଶ୍ରୀ ପରେଶ୍ ପାଢ଼ୀ ଏବଂ ସବଜଜ: ଶ୍ରୀ ପୁଣ୍ୟଶ୍ଳୋକ ରଥ ପ୍ରମୁଖ ଉପସ୍ଥିତ ଥିଲେ ସମସ୍ତ ଶିବିର କାର୍ଯ୍ୟକ୍ରମକୁ ଶ୍ରୀକାକୁଲମ ଜେମସ ହସପିଟାଲର ମାରକେଟିଙ୍ଗ ଡିଜିଏମ୍ ଶ୍ରୀ ବିଜୟ ଭାସ୍କର ଏବଂ କେମ୍ପ କୋର୍ଡିନେଟର ଶ୍ରୀ ସୁନିଲ ୟୋହାନଙ୍କ ସମେତ ଜିଲ୍ଲା କୋର୍ଟ ଓ ପ୍ରାଧିକରଣର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 8, 2026
ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର

ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର

October 8, 2026
ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ

ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ

October 8, 2026
ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

October 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 8, 2026
ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର

ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର

October 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version