No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ସେପ୍ଟେମ୍ବର ଶନିବାର) ବୈପାରିଗୁଡା :- ଗତ କିଛି ଦିନ ହେବ ବୈପାରିଗୁଡା ବ୍ଳକ ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗ୍ରାମରେ ଅସହାୟ ଅବସ୍ଥାରେ ଘୁରିବୁଲୁଥିବା ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ସୂଚନା ଅନୁଯାଇ ଅସହାୟ ବୃଦ୍ଧା ଜଣକ ନିଜର ପରିଚୟ ଦେଇପାରୁନଥିବା ବେଳେ ସ୍ଥାନୀୟ ଲୋକେ କିଛିଦିନ ଖାଇବାକୁ ଦେଉଥିଲେ । ମାତ୍ର ସ୍ଥାୟୀ ସମାଧାନ ହୋଇପାରୁନଥିବା ବେଳେ ପ୍ରଶାସନ ତରଫରୁ କିଛି ସାହାଯ୍ୟ କଲେ ଅସହାୟ ବୃଦ୍ଧା ତାର ଘର ଠିକଣା କିମ୍ବା ପରିବାର ବର୍ଗକୁ ପାଇପାରିବ ବୋଲି ମତ ପ୍ରକାଶ ପାଇଛି ।
ତେବେ ଏହି ବୃଦ୍ଧା ଜଣକ କେମିତି ସେହି ସ୍ଥାନକୁ ଗଲେ ତାହା ଜଣାପଡିନଥିବା ବେଳେ ଆଖପାଖ ଅଂଚଳରେ କେହିଁ ମଧ୍ୟ ଏହି ବୃଦ୍ଧାକୁ ଜାଣିନଥିବାର କୁହାଯାଉଛି । ପ୍ରଶାସନ ଏହି ସମସ୍ୟା ପ୍ରତି ଗୁରୁତ ଦେଇ ତାହାର ରହିବାଖାଇବା ବ୍ୟବସ୍ଥା କରିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି । ଏପର୍ଯ୍ୟନ୍ତ ଏହି ବୃଦ୍ଧାଙ୍କ ପରିଚୟ ମିଳିପାରିନାହିଁ । ପରିବାରବର୍ଗ ଯଦି ଏହି ବୃଦ୍ଧାଙ୍କ ଠିକଣା ପାଇବେ ତେବେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଳକ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମପୀଠ ତେନ୍ତୁଳିଗୁମ୍ମା ଗ୍ରାମକୁ ଯାଇ ବୃଦ୍ଧାଙ୍କୁ ଘର ନେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଏହି ବିଷୟକୁ ନେଇ ଗ୍ରାମବାସୀ ମାନେ ସୋସିଆଲ ମିଡିଆରେ ମଧ୍ୟ ପେଷ୍ଟ କରିଥିବାର ଜଣାପଡିଛି ।

No Result
View All Result