ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର ଶୁକ୍ରବାର ) ନୟାଗଡ଼ :- ଜିଲ୍ଲାରେ କାର୍ଯ୍ୟ ରତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସହିଦ୍ ଯୁବ ସଂଘ ଦ୍ୱାରା "ଆନ୍ତର୍ଜାତିକ ସାଙ୍କେତିକ ଭାଷା ଦିବସ"ପାଳିତ ହୋଇଯାଇଛି l ସହିଦ ଯୁବ ସଂଘ ଦ୍ୱାରା ପରିଚାଳିତ ଶ୍ରୁତି ଶ୍ରବଣ ଓ ବାକ ବାଧିତ ଶିଶୁ ମାନଙ୍କ ପାଇଁ ସ୍ଵତନ୍ତ୍ର ବିଦ୍ୟାଳୟ ପରିସରରେ ଏହି ଅବସରରେ ଶ୍ରୁତି ର ଅଧକ୍ଷ୍ୟା ଶ୍ରୀମତୀ ଜୟଶ୍ରୀ ନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆଦିପତି କହଁର ମୂଖ୍ୟ ଅତିଥି ରୂପେ ଯୋଗଦେଇ ଆନ୍ତର୍ଜାତିକ ସାଙ୍କେତିକ ଭାଷା ଦିବସ ପାଳନ ର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ l

ଶ୍ରବଣ ଓ ବାକ ବାଧିତ ଶିଶୁ ମାନଙ୍କର ଭାବନାକୁ ପ୍ରକାଶ କରିବାର ଏକ ମାତ୍ରମାଧ୍ୟମ ହିଁ ସାଙ୍କେତିକ ଭାଷା l ଏହି ସାଙ୍କେତିକ ଭାଷା ଶ୍ରବଣ ବାଧିତ ଛାତ୍ର ଛାତ୍ରୀ ମାନଙ୍କୁ ଏକ ସମା ବେଶୀ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ସହିତ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ୍ କରିବା ପାଇଁ ଏକ ବଳିଷ୍ଠ ଅବଦାନ ବୋଲି ମତ ବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ରୂପେ ଶୁଶ୍ରୁଷା ଫିଜିଓ ଥେରାପୀ ସେଣ୍ଟର୍ ର ଡାକ୍ତର ରାକେଶ ରୋଶନ ଯୋଗଦେଇ ଭାରତୀୟ ସାଂକେତିକ ଭାଷା ଓ ଏହାର ଶବ୍ଦ କୋଷ ଉପରେ ଆଲୋଚନା କରିଥିଲେ l

ପରେ ପରେ ଶ୍ରବଣ ବାଧିତ ଶିଶୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂକେତିକ ଭାଷା ମାଧ୍ୟମରେ ଜାତୀୟ ସଙ୍ଗୀତ ଗାନ ଓ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା l ସ୍ଵତନ୍ତ୍ର ଶିକ୍ଷକ ଆନନ୍ଦ କୁମାର ଚୌଧୁରୀ, ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ମିଥୁନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l ସ୍ଵତନ୍ତ୍ର ଶିକ୍ଷକ ଜିତେନ୍ଦ୍ର ସେନାପତି ଓ ଶିକ୍ଷୟିତ୍ରୀ ଲତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ l